ବରଗଡ଼ : ଦେଶର ଅଗ୍ରଣୀ କାର ନିର୍ମାତା ହୁଣ୍ଡାଇ ଏହାର ଗ୍ରାହକମାନଙ୍କୁ ସୋରୁମ ବାହାରେ ବିଭିନ୍ନ ସର୍ଭିସ ଦେବା ପାଇଁ ଏକ ମୋବାଇଲ ସର୍ଭିସ ଭ୍ୟାନର ବ୍ୟବସ୍ଥା ଆରମ୍ଭ କରିଛି । ହୁଣ୍ଡାଇର ଅଧିକୃତ ବିକ୍ରେତା ସାକମ୍ବରୀ ହୁଣ୍ଡାଇଠାରେ ଏହି ମୋବାଇଲ ଭ୍ୟାନକୁ କଂପାନୀର ବରିଷ୍ଠ ଅଧିକାରୀ ଗୋପେଶ ଗୁପ୍ତା , ରନବିର ଦେବ ଓ ସିଦ୍ଧାର୍ଥ ଦାଶ ଉଦଘାଟନ କରିଥିଲେ । ସାକମ୍ବରୀ ହୁଣ୍ଡାଇର ସତ୍ୱାଧିକାରୀ ପ୍ରଭାତ ଅଗ୍ରୱାଲ ଓ ଅନ୍ୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ସୁବିଧାର ସୁଯୋଗ ନେବା ପାଇଁ ଏକ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

Leave a Reply

Your email address will not be published.

error: Content is protected !!