ବରଗଡ଼ : ସ୍ଥାନୀୟ ଗାନ୍ଧୀ ସ୍କୃତି ପାଠାଗାର ସଭାଗୃହଠାରେ ସ୍ୱର୍ଗତ କପିଲେଶ୍ୱର ଶତପଥୀଙ୍କ ପୁସ୍ତକ ‘କଳ୍ପତରୁ ଜଣାଣ’ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ଗାନ୍ଧୀ ସ୍ମୃତି ପାଠାଗାରର ସଭାପତି ଅରୁଣ ମହାନ୍ତି , ସଂପାଦକ ମନୋରଞ୍ଜନ ସାହୁ , ଦିଲ୍ଳୀ ଆଇଆଇପିଏମ୍ ର ପ୍ରଫେସର ଡକ୍ଟର ସୁଜିତ ପୃଷେଠଙ୍କ ସହ ସ୍ୱର୍ଗତ ଶତପଥୀଙ୍କ ପରିବାରର ବରିଷ୍ଠ ସଦସ୍ୟ ଦଧିବାମନ ମିଶ୍ର, ସୁରେନ୍ଦ୍ର ଦାଶ, ବିମଳ କିଶୋର ଦେବତା , ଆରତୀ ମିଶ୍ର, ମଞ୍ଜୁ ଦାଶ, ସଞ୍ଜୁ ପଣ୍ଡା, ରଞ୍ଜନ ମିଶ୍ର, ଲୋପାମୁଦ୍ରା ନାୟକ ମିଳିତ ଭାବରେ ଏହାକୁ ଲୋକାର୍ପିତ କରିଥିଲେ । ସ୍ୱର୍ଗତ କପିଲେଶ୍ୱର ଶତପଥୀଙ୍କ ପୁତ୍ର ଜୟପ୍ରକାଶ ଶତପଥୀ କାର୍ଯର୍୍ୟକ୍ରମ ପରିଚାଳନା କରି ସଂକ୍ଷିପ୍ତ ସୂଚନା ଦେଇଥିଲେ । ସେ କହିଥିଲେ ଯେ ତାଙ୍କ ପିତା ‘ସ୍ୱାଧୀନ ଭାରତ’ ରଚନା କରିବା ପରେ ଦିଲ୍ଳୀ ଯାଇ ତିନମୂର୍ତି ଭବନ ଠାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରଙ୍କୁ ପ୍ରଦାନ କରିଥିଲେ । ସେହି ସମୟରେ ପଣ୍ଡିତ ନେହେରୁ  ପରେ ତାଙ୍କୁ ଏକ ହାତଲେଖା ଚିଠି ଦେଇ ଧନ୍ୟବାଦ ଜଣାଇଥିଲେ । ‘ସ୍ୱାଧୀନ ଭାରତ’ ପୁସ୍ତକ ୨୦୧୯ ମସିହାରେ ବରଗଡ଼ ପୁସ୍ତକ ମେଳାରେ ଉନ୍ମୋଚିତ ହୋଇଥିଲା । ସ୍ୱର୍ଗତ ଶତପଥୀଙ୍କ ଅନ୍ୟ ଅପ୍ରକାଶିତ ଲେଖାଗୁଡିକ ଖୁବ ଶୀଘ୍ର ପ୍ରକାଶିତ କରାଯିବ ବୋଲି ଶ୍ରୀ ଶତପଥୀ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲ , ଏଲଆଇସିର ବରିଷ୍ଠ ଅଧିକାରୀ ବିଶ୍ୱଜିତ ମିଶ୍ର, ପଚାଂୟତ କଲେଜର ଅଧ୍ୟକ୍ଷ ପତିତପାବନ ସାହୁ , ସୋହେଲା ବିଡିଓ ବିଶ୍ୱରଞ୍ଜନ କରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar