ବରଗଡ଼ : ବରଗଡ଼ ଇମ୍ପରିୟଲ କଲେଜର ଚାଣକ୍ୟ ଅଡିଟୋରିୟମ ଠାରେ ଜୟପ୍ରକାଶ ଶତପଥୀଙ୍କ ପୁସ୍ତକ ‘ ଏଡଭଟାଇଜିଂ’ ଲୋକାର୍ପିତ ହୋଇଯାଇଛି । ଅଧ୍ୟାପିକା ହରିପ୍ରିୟା ସାହୁଙ୍କ ପରିଚାଳନାରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଏହି କଲେଜର ବିଶ୍ୱବିଦ୍ୟାଳୟସ୍ତରରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ବିବିଏ ଟପର ଛାତ୍ରୀ ଶଶୀ ଅଗ୍ରୱାଲ , ଈଷା ଧାନୁକା , ଦିବ୍ୟା ମୋଦି , ବିସିଏ ର ଏଞ୍ଜେଲ ବେହେରା , ଅଙ୍କିତ ନାଗ , ସୁମିତ ସାହୁ ଓ ଏମଏସସି ର ଚନ୍ଦନ ମେହେରଙ୍କ ସହ ଇମ୍ପରିୟଲ କଲେଜର ଅଧ୍ୟକ୍ଷ ଦିପକ ଗୋୟଲ ଏବଂ ବରିଷ୍ଠ ଅଧ୍ୟାପକ ଦୁର୍ଗେଶ ଶତପଥୀ ପ୍ରମୁଖ ଆନୁଷ୍ଠାନିକ ଭାବରେ ପୁସ୍ତକକୁ ଲୋକାର୍ପିତ କରିଥିଲେ । ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କରେ ପ୍ରଚଳିତ ଏମବିଏ ଓ ବିବିଏ ପାଠ୍ୟକ୍ରମର ଆଧାରରେ ଏହି ପୁସ୍ତକଟି ପ୍ରସ୍ତୁତ କରାଯାଇଛି ବୋଲି ଲେଖକ ଶ୍ରୀ ଶତପଥୀ ସୂଚନା ଦେଇଥିଲେ । ଏହି ପୁସ୍ତକଟି ବର୍ତମାନ ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥା ନୋସନ ପ୍ରେସ ଦ୍ୱାରା ପ୍ରକାଶିତ ହୋଇ ପୃଥିବୀର ସମସ୍ତ ଆନ୍ତର୍ଜାତିକ ଷ୍ଟୋର , ଆମାଜନ ଓ ଫିପ୍ଳକାର୍ଟ ରେ ବିକ୍ରୀ ପାଇଁ ଉପଲବ୍ଧ ଅଛି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ସାଇନ୍ସ ଇନଷ୍ଟୁିଚ୍ୟୁଟର ଅଧ୍ୟକ୍ଷ ବିକାଶ ସେନଙ୍କ ସହ ବହୁ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
