ବରଗଡ଼ : ଜୀବନରେ ନିନ୍ଦାକୁ ଖାତିର ନ କରି ସକରାତ୍ମକ ମନୋଭାବ ସହ ଆଗେଇଲେ ସଫଳତା ମିଳିବ ବୋଲି ପ୍ରୋବନୋ ସଂସ୍ଥାପକ ତଥା କୋନ ବନେଗା କରୋଡ ପତିର ବିଜେତା ଆଦିତ୍ୟ ବୋଷ ଉପଦେଶ ଦେଇଛନ୍ତି । ଇମ୍ପରିୟଲ କଲେଜର ଚାଣିକ୍ୟ ହଲଠାରେ ଅନୁଷ୍ଠିତ ସାତଦିନିଆ ପ୍ରବେଶ ଉତ୍ସବର ଉଦଯାପନୀ ଉତ୍ସବରେ ଭରଚ୍ୟୁଲ ମୋଡରେ ଯୋଗଦେଇ ଶ୍ରୀ ବୋଷ ନୂତନ ଭାବରେ ଏଡମିଶନ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ପୂର୍ବରୁ ବିଭିନ୍ନ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ପରିଚିତ କରାଯିବା ସହ ନୂତନ ପାଠ୍ୟକ୍ରମ ବିଷୟରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା ।

ଇମ୍ପରିୟଲ କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦୁର୍ଗେଶ ଶତପଥୀ ଓ ହରିପ୍ରିୟା ସାହୁ ସଂଯୋଜନା କରିଥିଲେ । ଏହି ଅବସରରେ ଚଳିତ ବର୍ଷ କଲେଜର ସର୍ବାଧିକ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ସେମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା ।

ଚଳିତ ବର୍ଷ ଏହି ମହାବିଦ୍ୟାଳୟର ଏମଏସିରେ ସୁବଲ ମେହେର ଓ ଚନ୍ଦନ ମେହେର, ବିବିଏରେ ଶଶୀ ଅଗ୍ରୱାଲ , ଈଶା ଧାନୁକା ଓ ଦିବ୍ୟା ମୋଦି ଏବଂ ବିସିଏରେ ଏଞ୍ଜେଲ ବେହେରା, ଅଙ୍କିତ ନାଗ ଏବଂ ସୁମିତ କୁମାର ସାହୁ  ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବାବେଳେ  ସରୋଜ ପଟେଲ , ଦେବାର୍ଚ୍ଚନ ସାମନ୍ତରାୟ , ଏଞ୍ଜେଲ ବେହେରା , ଅଙ୍କିତ ନାଗ, ସୁମିତ କୁମାର ସାହୁ , ପବନ ସାହୁ , ଆଶୀଷ କୁମାର ସାହୁ , ନିହାର ରଞ୍ଜନ ଚୌହାନ , ମିର୍ଜା ସହିଦ , ସମ୍ବିତ କୁମାର ମାହାଣା,  ସୌମ୍ୟରଞ୍ଜନ ବେହେରା ପ୍ରମୁଖ ୱେପ୍ରୋରେ ଚାକିରି ପାଇଛନ୍ତି । ସୋମବାରଠାରୁ ସମସ୍ତ ଶ୍ରେଣୀର ଶିକ୍ଷାଦାନ ଅପଲାଇନ ମୋଡରେ ଆରମ୍ଭ ହୋଇଛି ବୋଲି ଶ୍ରୀ ଗୋୟଲ ସୂଚନା ଦେଇଥିଲେ ।

Leave a Reply

Your email address will not be published.

error: Content is protected !!