ବରଗଡ଼ : କେନ୍ଦ୍ର ସରକାରଙ୍କ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମହିଳା ମହାବିଦ୍ୟାଳୟ ସଭାଗୃହଠାରେ ଦେଶଭକ୍ତି ଓ ରାଷ୍ଟ୍ରନିର୍ମାଣ ସଂପର୍କିତ ବକୃତା ପ୍ରତିଯୋଗିତା ଅନୁବରଗଡ଼ : କେନ୍ଦ୍ର ସରକାରଙ୍କ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମହିଳା ମହାବିଦ୍ୟାଳୟ ସଭାଗୃହଠାରେ ଦେଶଭକ୍ତି ଓ ରାଷ୍ଟ୍ରନିର୍ମାଣ ସଂପର୍କିତ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଳାର ବିଭିନ୍ନ ବ୍ଳକରୁ ୪୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ନେହେରୁ ଯୁବ କେନ୍ଦ୍ରର ଜିଲ୍ଳା ଅଧିକାରୀ ରୋଶନ ଟଣ୍ଟନ ଓ ଉପଦେଷ୍ଟା କମିଟୀର ସଦସ୍ୟ ତ୍ରିଲୋଚନ ଶତପଥୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିଦ୍ ଅମରେନ୍ଦ୍ର ନାରାୟଣ ଯାଦବ , ଡକ୍ଟର ସୁଜିତ ପୃଷେଠ୍ ଓ ମୋହନ ସାହୁ ବିଚାରକ ଭାବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡକ୍ଟର ରୀନା କୁମାରୀ ମେହେର ଓ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ପ୍ରତିଯୋଗିତାରେ ବିଜେପୁର କଲେଜର ରାନୀ ମିଶ୍ର ଓ ବରଗଡ଼ ମହିଳା ମହାବିଦ୍ୟାଳୟର ସଫଳତା ଦାଶ , ସ୍ମୃତି ଚୌଧୁରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ପରବର୍ତୀ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯୋଗଦେବେ ବୋଲି ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published.

error: Content is protected !!