ବରଗଡ଼ : ବରଗଡ଼ ମେଜିକ କ୍ରିଏସନ ପ୍ରସ୍ତ୍ତ ସମ୍ବଲପୁରୀ ଆଲବମ ‘ପ୍ରେମ ଗୁଟେ ନୂଆଁ କଥାନି’ ମୁକ୍ତି ଲାଭ କରିଛି । ସ୍ଥାନୀୟ ଶ୍ୟାମା କାଳି ମନ୍ଦିରଠାରେ ପୂଜାର୍ଚ୍ଚନା ପରେ ଏହା ମୁକ୍ତିଲାଭ କରିଥିଲା । ବିହୁ ନୃତ୍ୟ ଏବଂ ସମ୍ବଲପୁରୀ ଗୀତ ବାଦ୍ୟର ସ୍ୱରରେ ନିର୍ମିତ ଏହି ଆଲବମରେ ଅର୍ଚ୍ଚନା ପାଢ଼ୀ ଏବଂ ଅଙ୍କିତ ରାଜ କଣ୍ଠଦାନ କରିଛନ୍ତି । ସେହିପରି ଗୀତିକାର ରତନ ପୂଜାରୀଙ୍କ ଏହି ଆଲବମରେ କମଲେଶ ଚକ୍ରବର୍ତି ସଂଗୀତ ନିର୍ଦ୍ଦେଶନା, କିଶାନ ଦାଶ ଆଲବମ ନିର୍ଦ୍ଦେଶନା , କରନ ଓ ରମନ ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି । ଏହାର ଶୁଭମୁକ୍ତି ଅବସରରେ ସୃଷ୍ଟି ଫାଉଣ୍ଡେସନର ଅଧ୍ୟକ୍ଷ ରୋହିତ କୁମାର ଦାଶଙ୍କ ସମେତ ମେଜିକ କ୍ରିଏସନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।