ବରଗଡ଼ : ବରଗଡର ପ୍ରସିଦ୍ଧ ମାଁ ଶ୍ୟାମା କାଳୀଙ୍କ ୭୯ ତମ ବାର୍ଷିକ ପୂଜା ଆରମ୍ଭ ହୋଇଛି । ଗୁରୁବାର ଜୀରାନଦୀରୁ ମାଁ ଶ୍ୟାମାକାଳୀଙ୍କ ପୂଜନୋତ୍ସବ ପାଇଁ କଳସ ଆବାହନ କରାଯାଇଥିଲା । ଆଜି କାର୍ତିିକ ଆମାବାସ୍ୟା ନିଶାର୍ଦ୍ଧରେ ମାଁ ଙ୍କ ମହାସ୍ନାନ ଅନୁଷ୍ଠିତ ହେବ ।  ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ପୂଜା ଅବସରରେ ପ୍ରତ୍ୟହ ଶ୍ୟାମେଶ୍ୱର ବାବାଙ୍କ ରୁଦ୍ରାଭିଷେକ , ହନୁମାନ ଚାଳିଶା ପାଠ , ଚଣ୍ଡୀହବନ ଅନୁଷ୍ଠିତ ହେବ । ଶେଷ ଦିବସ ଅର୍ଥାତ ୮ ତାରିଖ ସୋମବାରରେ ମାଁଙ୍କ ଶତସହତ୍ସ ଚଣ୍ଡୀହୋମ ଯଜ୍ଞ କରାଯିବା ସହ ବାର୍ଷିକ ପୂଜାର ପୂଣ୍ଣାହୂତୀ ଅନୁଷ୍ଠିତ ହେବ । ଏହି ଦିନ  ଭକ୍ତ ମାନଙ୍କ ଦ୍ୱାରା ମାନସିକ ବ୍ରତ ଧାରଣ କରାଯିବ ।

Leave a Reply

Your email address will not be published.

error: Content is protected !!