ବରଗଡ଼-ମହାରାଷ୍ଟ୍ରର ଅହମଦନଗରରୁ ବାଂଲାଦେଶ ଯାଉଥିବା ସଦଭାବନା ମୈତ୍ରୀ ସାଇକେଲ ର‌୍ୟାଲିକୁ ବରଗଡ଼ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବରଗଡ଼ ଲାୟନ୍ସ କ୍ଳବ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଳା ବିଜେପି ସଭାପତି ଅଶ୍ୱିନୀ ଷଡଙ୍ଗୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଭାରତ ସ୍ୱାଧୀନତାର ଅମୃତ ବର୍ଷ ଏବଂ ବାଂଲାଦେଶ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତି ବର୍ଷ ଅବସରରେ ମହରାଷ୍ଟ୍ରର ଅହମଦ ନଗରରୁ ଗତ ଅକ୍ଟୋବର ୨ ତାରିଖରେ ଏହି ସାଇକେଲ ର‌୍ୟାଲି ଆରମ୍ଭ ହୋଇଥିଲା । ବାଂଲାଦେଶ ସହିତ ସୁସଂପର୍କ ସ୍ଥାପନ ଓ ରାଷ୍ଟ୍‌୍ରଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ଏହି ସଦଭାବନା ମୈତ୍ରୀ ସାଇକେଲ ଯାତ୍ରାର ଆଭିମୁଖ୍ୟ ହୋଇଥିବା ବେଳେ ଏହା ମହାରାଷ୍ଟ୍ର , ଛତିଶଗଡ , ଓଡିଶା , ଝାରଖଣ୍ଡ , ପଶ୍ଚିମବଂଗ ଦେଇ ଆଗାମୀ ଡିସେମ୍ବର ୧୬ ତାରିଖରେ ବାଂଲାଦେଶର ନୌଖାଲିରେ ସମାପନ ହେବ ।

Leave a Reply

Your email address will not be published.

error: Content is protected !!