ବରଗଡ : ବରଗଡ ର ଜଣାଶୁଣା ଭେଷଜ ଡାକ୍ତର ଡ. ନିଶାନ୍ତ ଦେବତା ଙ୍କ ନିଜସ୍ଵ କ୍ଲିନିକ୍ ” ଡ. ନିଶାନ୍ତ ଦେବତା ପୋଲି କ୍ଲିନିକ୍ ” ଶୁୁୁକ୍ରବା ରର ଉଦଘାଟିତ ହୋଇଯାଇଛି। ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଡ. ଦେବତା ଙ୍କ ବାପା ଗୋପୀନାଥ ଦେବତା ଆଜି ଏହି ପୋଲି କ୍ଲିନିକ୍ କୁ ଉଦ୍ଘାଟନ କରିଥିଲେ। ଏହି କ୍ଲିନିକ୍ ରେ ପ୍ରାଥମିକ ସ୍ତରରେ ନିଜେ ଡ. ନିଶାନ୍ତ ଙ୍କ ସମେତ , ଶିଶୁ ରୋଗ ବିଶେଷଜ୍ଞ ଡ.ଅମିତ୍ ଭୋଇ,ରେଡ଼ିଓଲୋଜିଷ୍ଟ ଡ. ଅଭିଜିତ ଯୋଶୀ, ଙ୍କୁ ନେଇ ଏହି କ୍ଲିନିକ୍ ଆରମ୍ଭ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ବିଭାଗ ର ଡାକ୍ତର ମାନେ ଏହି କ୍ଲିନିକ୍ ରେ ଚିକିତ୍ସା ସେବାା ଯୋଗାଇ ଦେବାର କର୍ଯ୍ୟକ୍ରମ ରହିଛି। ଉଦଘାଟନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ଶ୍ରୀମତୀ ରିତା ସାହୁ, ପୁର୍ବତନ ବିଧାୟକ ସାଧୁ ଚରଣ ନେପାକ, ପୂର୍ବ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ପୂର୍ବ ବିଧାୟକ ପ୍ରଦୀପ ପୁରୋହିତ, ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ବିକାଶ ଗ୍ରୁପ ଚେୟାରମେନ ଡି. ମୁରଲୀ କ୍ରୀଷ୍ଣା,  ଡି ନାଗେଶ୍ଵର ରାଓ   ଜି. ଭାସ୍କର ରାଓଙ୍କ ସମେତ ବରଗଡ ର ବିଶିଷ୍ଟ ଡାକ୍ତର ପ୍ୟାରେଲାଲ ତ୍ରୀପାଠୀ, ଡ. ଗୋପାଳ ଅଗ୍ରୱାଲ, ଡ.ପ୍ରଶାନ୍ତ ଦାଶ, ଡ. ରାଜେଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar