ବରଗଡ : ସ୍ୱାଧୀନତା ସଂଗ୍ରାମୀ ତଥା ବହ୍ନିକନ୍ୟା ପାର୍ବତୀ ଗରିଙ୍କ ନାମରେ ଭାରତ ସରକାରଙ୍କ ତରଫରୁ ଡାକଟିକଟ ଜାରି କରାଯାଇଛି । ବିଜେପୁର ବ୍ଳକ ସ୍ଥିତ ପାର୍ବତୀ ଗିରିଙ୍କ ଜନ୍ମମାଟି ସମଲେଇପଦରରେ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବଲପୁର ଡାକମଣ୍ଡଳର ଅଧିକ୍ଷକ ବିପିନ ବିହାରୀ ନେଗୀ ଅତିଥି ଭାବେ ଯୋଗଦାନ କରି ଏହି ଡାକଟିକେଟ ଉନ୍ମୋଚନ କରିଥିଲେ ।

ଏ ଅବରସରେ ଗ୍ରାମବାସୀଙ୍କ ତରଫରୁ ଡାକମଣ୍ଡଳର ଅଧିକ୍ଷକ ବିପିନ ବିହାରୀ ନେଗୀ , ପାର୍ବତୀ ଗିରୀଙ୍କ ଦାୟାଦ ପ୍ରମୋଦ କୁମାର ଗିରି ଏବଂ ଭରତ କୁମାର ଗିରିଙ୍କୁ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପାର୍ବତୀ ଗିରିଙ୍କ ନାତୁଣୀ ସମାଜସେବୀ ନିହାରିକା ଗିରି , ସମାଜସେବୀ ଦିବାକର ମାଝୀଙ୍କ ସମେତ ସମଲେଇପଦର ଗ୍ରାମବାସୀ ଉପସ୍ଥିତ ଥିଲେ

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar