ବରଗଡ଼ : ସମ୍ବଲପୁରୀ ବସ୍ତ୍ରାଳୟ ସ୍ଥିତ ରଙ୍ଗଘରଠାରେ ବୁଣାକାରମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ହସ୍ତ୍ରତନ୍ତ୍ର ପୁଞ୍ଜ ବିକାଶ ଅନୁଷ୍ଠାନ (ସାଧକ) ଏବଂ ବରଗଡ଼ ଉପନିର୍ଦ୍ଦେଶକ ବୟନଶିଳ୍ପ କାର୍ଯ୍ୟାଳୟ ସହଯୋଗୀତାରେ ଆୟୋଜିତ୍ ଏହି ଶିବିରକୁ ସମ୍ବଲପୁରୀ ବସ୍ତ୍ରାଳୟର ସେକ୍ରଟେରୀ ସଂପୂର୍ଣ୍ଣାନନ୍ଦ ପ୍ରଧାନ ସଂଯୋଜନା କରିଥିଲେ । ଏ ଅବସରରେ ଡେପୁଟି ଡାଇରେକ୍ଟର ଟେକ୍ସଟାଇଲ ଶିଶିର କୁମାର ନାଗ, ସିଇଟି ଭୁବନେଶ୍ୱରର ପ୍ରଫେସର ଏ ଏନ ଖଣ୍ଡୁଆଲ , ଆଇଆଇଏଚଟି ବରଗଡ଼ର ବରିଷ୍ଠ ଅଧ୍ୟାପକ ଭିକେ ବ୍ୟାସ, ଏନଏଚଡିସି ବରଗଡ଼ର ନିଲମାଧବ ପାତ୍ର ଅତିଥି ଭାବେ ଯୋଗଦାନ କରିଥିଲେ । ଶିବିରରେ ଜିଲ୍ଳାର ବିଭିନ୍ନ ଅଚଂଳରୁ ୫୦ରୁ ଉର୍ଦ୍ଧ୍ୱ ବୁଣାକାର ଯୋଗଦାନ କରିଥିବା ବେଳେ ମାଷ୍ଟର ଟ୍ରେନର ସୁଦର୍ଶନ ଯାଦବ ସେମାନଙ୍କୁ ବିଭିନ୍ନ ପ୍ରକାର ରଙ୍ଗର ପ୍ରୟୋଗ ଏବଂ କେମିକାଲ ରଙ୍ଗର ବିକଳ୍ପ ବ୍ୟବହାର ଉପରେ ସଚେତନତା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସାଧକର ପ୍ରକଳ୍ପ ସଂଯୋଜକ ଜ୍ୟୋର୍ତିମୟୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।