ବରଗଡ : ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ,ପଣ୍ଡାପାଲିର ମିଳିତ ଆନୁକୂଲ୍ଯରେ ଦ୍ବିତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩୮ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା ଏବଂ ୨୬ ଜଣଙ୍କର ଅପରେସନ କରିବା ଏକ ସ୍ବତନ୍ତ୍ର ବସ୍ ଯୋଗେ ଚିକିତ୍ସାଳୟକୁ ନିଆଯାଇଥିଲା । ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ କୃତ୍ତିବାସ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମହାନଦୀ ନେତ୍ର ଚିକିତ୍ସାଳୟର ମୁଖ୍ୟ ଡ଼ାକ୍ତର ପି.କେ.ସିଂହ ଚକ୍ଷୁ ପରୀକ୍ଷା କରିଥିବା ବେଳେ ନିଷ୍ଠାର ସଭାପତି ରକ୍ଷପାଳ ସାହୁ ,ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।