ବରଗଡ : ବରଗଡ଼ ଟାଙ୍ଗରପଡା ମହିମା ଆଶ୍ରମ ପରିସରରେ ଭୀମଭୋଇ ପାଠାଗାର ଉଦଘାଟିତ ହୋଇଯାଇଚ୍ଥି । ମହିମା ଧର୍ମାଲୋଚନା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଶ୍ରମର ସଂସ୍ଥାପକ ବ୍ରହ୍ମବଧୂତ ବୈଷ୍ଣବ ଚରଣ ବାବା ତଥା ସଂରକ୍ଷକ ବିରେନ୍ଦ୍ର ବାବା ବ୍ରହ୍ମାବଧୂତ ଚିତରଂଜନଙ୍କ ତତ୍ୱାବଧାନ ତଥା ବିରଂଚି ବାବା ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ବିଧାୟକ କିଶୋର ମହାନ୍ତି ମୂଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରଗଡ ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ , ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ନଗରପାଳ ପ୍ରଶାନ୍ତ ବେହେରା, ପୂର୍ବତନ କାଉନସିଲ ବ୍ରହ୍ମା ମହାକୁଡ ପ୍ରମୂଖ ଙ୍କ ସମେତ ବହୁ ସାଧୁ ସନ୍ଥ ଯୋଗ ଦେଇଥିଲେ । ଆଇନଜୀବି ମହେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar