ଵରଗଡ଼ :  ପାରା ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭାଗତଙ୍କୁ ଗାଁ ମାଟି ଅଟାବିରାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅତାବିରା ନାଗରିକ କମିଟି ତରଫରୁ ଗୋଡଭଗା ରେ ସ୍ୱାଗତ କରାଯିବା ସହ ଏକ ସୁସଜ୍ଜିତ ଗାଡ଼ିରେ ପାଛୋଟି ଅଣା ଯାଇଥିଲା । ଗୋଡ଼ଭଗାରୁ ଅତାବିରା ପର୍ଯ୍ୟନ୍ତ ରାସ୍ତାରେ ଵିଭିନ୍ନ ସଂଗଠନ ସମେତ ସ୍କୁଲ କଲେଜର ଛାତ୍ରଛାତ୍ରୀ ସୁନାପୁଅ ପ୍ରମୋଦ ଭଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏ ଅବସରରେ ଲାଦେରପାଲି ସ୍ଥିତ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ କଲ୍ୟାଣ ମଣ୍ଡପ ରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave a Reply

Your email address will not be published.

error: Content is protected !!