ବରଗଡ଼ : ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆନୁକୂଲ୍ୟରେ ସରକଣ୍ଡାଠାରେ ଅନୁଷ୍ଠିତ ତାଲିମ ଶିବିରରେ ବୁଣାକାରଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଟେକ୍ସଟାଇଲ ସେକ୍ଟର ସ୍କିଲ କାଉନସିଲ , ନେସନାଲ ସ୍କିଲ ଡେଭଲମେଣ୍ଟ କାଉନସିଲ ଏବଂ ସ୍କୁଲ ଅଫ ଫାଇନ ଆର୍ଟ (ସୋଫା)ର ମିଳିତ ସମ୍ପାଦନାରେ ଅନୁଷ୍ଠିତ ଏହି ଶିବିରରେ ୧୪୯ ଜଣ ବୁଣାକାରଙ୍କୁ ତାଲିମ ଦିଆଯିବା ସହ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।  ସୋହେଲା ବିଡିଓ ବିଶ୍ୱରଞ୍ଜନ କର ମୁଖ୍ୟଅତିଥି , ପଚାଂୟତ କଲେଜର ଅଧ୍ୟକ୍ଷ ପତିତପାବନ ସାହୁ ସମ୍ମାନୀତ ଅତିଥି , ଆନ୍ତର୍ଜାତିୟ ସଫ୍ଟ ସ୍କିଲ ଟ୍ରେନର ଜୟପ୍ରକାଶ ଶତପଥୀ, ସରକଣ୍ଡା ସରପଂଚ ହିଟଲର ମେହେର, ସୋଫାର ସମ୍ପାଦକ ତଥା ଡିଜାଇନର ରାଜେନ୍ଦ୍ର ସିକନ୍ଦର, ରୋଶନ ପ୍ରଧାନ, ବ୍ୟୋମକେଶ ସୁରଜାର ପ୍ରମୁଖ ଉପସ୍ଥିତ ଥିଲେ । ଡମ୍ବରୁଧର ମେହେର ଏବଂ ସୁବାଷ ମେହେରଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published.

error: Content is protected !!