ବରଗଡ଼ : ବରଗଡ଼ରେ ଲାୟନ୍ସ ଇଣ୍ଟରନେସନାଲର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୧-୨୨ ର ସଭାନେତ୍ରୀ ଅନିତା ଲାଠ , ସଂପାଦକ ଅଖିଲ ଅଗ୍ରୱାଲ , କୋଷାଧ୍ୟକ୍ଷ ସନ୍ତୋଷ ସାୱଡିଆ ଓ ଲାୟନ୍ସ କ୍ଳବର ବରିଷ୍ଠ ସଦସ୍ୟ ଶଙ୍କର୍ଷଣ ମିଶ୍ର, ସୋହନ ଲାଠ ପ୍ରମୁଖ ମଚାଂସୀନ ଥିଲେ । ଏ ଅବସରରେ ଆସନ୍ତା ବର୍ଷ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବିଶଦ ଆଲୋଚନା କରାଯିବା ସହ ଗତ ବର୍ଷ ଅନୁଷ୍ଠିତ କାର୍ଯ୍ୟକ୍ରମ ପାଇଁ ଆର୍ନ୍ତଜାତିକ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ ଓ ପ୍ରଶାନ୍ତ ଆଚାର୍ଯ୍ୟଙ୍କୁ ସମ୍ମାନୀତ କରାଯାଇଥିଲା । ବୈଠକ ପରେ ନୁଆଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୦୨୦-୨୧ ର ସଭାନେତ୍ରୀ ଜୟନ୍ତି ବେହେରା ଓ ସଂପାଦକ ଅମରଜିତ ସିଂ ଙ୍କ ସମେତ ଲାୟନ୍ସ କ୍ଳବର ବହୁ ସଦସ୍ୟ ଉପସ୍ଥିତ ଥିଲେ ।
