ବରଗଡ଼ : ନୂଆଖାଇ ପରିବାର ୟୁଏଇ ତରଫରୁ ଶୁକ୍ରବାର ଦୁବାଇରେ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁବାଇର କୋୟଲା ଲଙ୍ଗସ ଠାରେ ଆୟୋଜିତ ଏହି ଭେଟଘାଟ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମା ସମଲେଇଙ୍କ ପୂଜାର୍ଚ୍ଚନା ସହ ଓଡିଶାରୁ ନିଆଯାଇ ନୂଆଧାନ ଅର୍ପଣ କରାଯାଇଥିଲା । ପରେ ଉପସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀ ଏକାଠି ହୋଇ ନବାନ୍ନ ଗ୍ରହଣ କରିଥିଲେ । ଏ ଅବସରରେ ପଶ୍ଚିମ ଓଡିଶାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ସହ ସମ୍ବଲପୁରୀ ନୃତ୍ୟଗୀତ ପରିବେଷଣ କରାଯାଇଥିଲା । ଏଥିରେ ବହୁ ଗଣ୍ୟମାଣ୍ୟ ବ୍ୟକ୍ତି ତଥା ପ୍ରବାସୀ ପଶ୍ଚିମଓଡିଶା ବାସୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published.

error: Content is protected !!