ବରଗଡ଼ : ଲାୟନ୍ସ କ୍ଳବ ପକ୍ଷରୁ ସାଇକୃପା ନର୍ସିଂ ହୋମଠାରେ ଏକ ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପ ସଂଯୋଜକ କିଶନ ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଡ.ରାଜେଶ ତ୍ରିପାଠୀ ଉପସ୍ଥିତ ଥିବା ଜନସାଧାରଣଙ୍କ ମାଗଣା ପରୀକ୍ଷା କରିବା ସହ ସେମାନଙ୍କୁ ମଧୁମେହ ନିୟନ୍ତ୍ରଣ ସଂପର୍କରେ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ । ଲାୟନ୍ସ କ୍ଳବର ସଭାନେତ୍ରୀ ଅନିତା ଲାଠ , ଡ.ପ୍ରବୀଣ ଅଗ୍ରୱାଲ , ଅମରଜିତ ସିଂ , ସୁବାଷ ଅଗ୍ରୱାଲଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!