ବରଗଡ଼-ବରଗଡରେ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ୯୦ କୋଟି ଟଙ୍କା ମଞ୍ଜୁର କରିଥିବା ଜଣାପଡିଛି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ବରଗଡରେ କ୍ୟାନସର କେୟାର ହସପିଟାଲ ନିର୍ମାଣ ପାଇଁ ବିଗତ ଏପ୍ରିଲ ୧୬ ତାରିଖରେ ରାଜ୍ୟ ସରକାର ୧୦ କୋଟି ୪୯ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏକ ଉଚ୍ଚସ୍ତରିୟ କମିଟି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନସାଧାରଣ ଓ ଜନ ପ୍ରତିନିଧିଙ୍କ ଅନୁରୋଧ କ୍ରମେ ପୁନଃ ଆକଳନ କରି ଦାବି ମୁତାବକ ଗ୍ରାଉଣ୍ଡ ଫ୍ଲୋର ଏବଂ ଜି ପ୍ଲସ ୫ ପାଂଚ ମହଲା ବିଶିଷ୍ଟ କୋଠା ତତ୍ ସହିତ ଗ୍ରାଉଣ୍ଡ ଫ୍ଲୋରରେ ରେଡିଏସନ ଥେରାପି ୟୁନିଟ ବଙ୍କର ମେଡିକାଲ ଅନକୋଲୋଜି ଓ. ପି. ଡି., ସରଜିକାଲ ଆନକୋଲୋଜି ଓ.ପି.ଡି , ୨୦ ଶଯ୍ୟା ବିଶିଷ୍ଟ ଡେ କେୟାର ।
ପ୍ରଥମ ମହଲାରେ ପେଟ୍ ସିଟି, ଦ୍ୱିତୀୟ ମହଲାରେ ଗ୍ରାମା ହଟ ଚେମ୍ବର, ତୃତୀୟ ମହଲା ଆଇ. ପି. ଡି ମେଡିକାଲ ଆନକୋଲୋଜି, ଚତୁର୍ଥ ମହାଲା ଆଇ.ପି.ଡି ସରଜିକାଲ ଆନକୋଲୋଜି, ପଂଚମ ମହଲାରେ ଦୁଇଟି ଓଟି ଏବଂ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ସମୁଦାୟ ଏକ ଲକ୍ଷ ଛତିଶ ହଜାର ୫୦୦ ବର୍ଗ ଫୁଟର କୋଠା ନିର୍ମାଣ ସକାସେ ରିପୋଟ ପ୍ରଦାନ ପରେ ପୁର୍ବରୁ ମଞ୍ଜୁରୀ ପ୍ରାପ୍ତ ୧୦ କୋଟି ୪୯ ଲକ୍ଷକୁ ବୃଦ୍ଧି କରାଯାଇ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଣ୍ଟରରେ କେବଳ କୋଠା ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ୯୦କୋଟି ୨୭ଲକ୍ଷ ଟଙ୍କାର ରିଭାଇଜ ପ୍ରସାଶନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ନିର୍ମାଣକୁ ଓଡିଶା କଂପ୍ରେହେନସିପ୍ କ୍ୟାନସର କେୟାର ଯୋଜନା ଅର୍ନ୍ତଭୁକ୍ତ କରାଯାଇଛି । ୯୦ କୋଟି ବ୍ୟତିତ ଆନୁସାଙ୍ଗିକ ଯନ୍ତ୍ରପାତି କ୍ରୟପାଇଁ ପାଖାପାଖି ଆହୁରି ୩୦ କୋଟି ଟଙ୍କା ମଞ୍ଜୁର ହେବା ସୁଚନା ରହିଛି । ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ଓ ତର୍ଜମା ପରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଟେଣ୍ଡର ପକ୍ରିୟା ସମାପ୍ତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି ।