ବରଗଡ଼ : ବରଗଡ ଜିଲ୍ଳାର ସଂଗ୍ରାମୀ ସହିଦ ମାଧୋ ସିଂ ଏବଂ ତାଙ୍କର ଚାରି ପୁଅ , ବହ୍ନିକନ୍ୟା ପାର୍ବତୀ ଗିରି, ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ତ୍ୟାଗ , ବଳିଦାନ ଆଜି ବି ଆମକୁ ପ୍ରେରଣା ଦେଉଛି ବୋଲି ଜର୍ଜ ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ୭୫ ତମ ଜିଲ୍ଳାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜ ବକ୍ତବ୍ୟରେ କହିଥିଲେ ।

 ମନ୍ତ୍ରୀ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏ ଅବସରରେ  କୋଭିଡ ଯୋଦ୍ଧାଙ୍କୁ ମନ୍ତ୍ରୀ ପୂଜାରୀ ଅଭିନନ୍ଦନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳାପାଳ ମନିଷା ବାନାର୍ଜୀ ଏବଂ ଏସପି ରାହୁଲ ଜୈନ ଉପସ୍ଥିତ ଥିବା ବେଳେ ପତାକା ଉତୋଲନ ପୁର୍ବରୁ ମୁଖ୍ୟ ଅତିଥି ମନ୍ତ୍ରୀ ପୂଜାରୀ ଗାନ୍ଧୀ ଛକ ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀ, ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

 

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar