ବରଗଡ଼ : ପଚାଂୟତ କଲେଜର ଛାତ୍ରୀ ଖୁଲଣା ମଲ୍ଳିକ ଜେଆର୍ଏଫ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଜାତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ରେ ଗବେଷଣା କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପଚାଂୟତ କଲେଜରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିରେ ଅର୍ଥନୀତି ସମ୍ମାନ ସହିତ କୃତକାର୍ଯ୍ୟ ହେବା ପରେ ଛାତ୍ରୀ ଖୁଲଣା ମଲ୍ଲିକ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମଏ ଶେଷ ବର୍ଷର ପରୀକ୍ଷା ଦେଇଛନ୍ତି । ସେ ପବ୍ଳକି ଫାଇନାନ୍ସ ଉପରେ ଗବେଷଣା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ପଚାଂୟତ କଲେଜ ତରଫରୁ ଅଧ୍ୟକ୍ଷ ପତିତପାବନ ସାହୁ , ଡକ୍ଟର ମହେନ୍ଦ୍ର ପ୍ରସାଦ ବେହେରା, ଡକ୍ଟର ନକୁଳ ସେଠ, ଅଧ୍ୟାପକ ସୁବଳ ମେହେର ପ୍ରମୁଖ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।