ବରଗଡ଼ : ବିଶ୍ୱର ଅଗ୍ରଣୀ ମୋଟରସାଇକେଲ୍ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ବରଗଡ଼ର ଅଧିକୃତ ବିକ୍ରେତା ଆକାଶ ମୋଟର୍ସ ପରିସରରେ ଏହାର ଦୁଇଟି ନୂଆ ମୋଡେଲ୍ ଗ୍ଲେମର୍ ଏକ୍ସଟେକ୍ ଓ ଏଚ୍‌ଏଫ୍‌ ୧୦୦ ର ବଜାର ପ୍ରବେଶ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟ ବାଇକ୍ ର ବିଶେଷତା ବିଷୟରେ ଶୋରୁମ୍ ମ୍ୟାନେଜର ବସନ୍ତ କୁମାର ସାହୁ ସୂଚନା ଦେଇଥିଲେ । ୧୨୫ ସିସି ଇଞ୍ଜିନ୍ ବିଶିଷ୍ଟ ଏହି ଗ୍ଲେମର୍ ଏକ୍ସଟେକ୍ ବାଇକ୍‌ରେ ରହିଛି ଅତ୍ୟାଧୁନିକ ଏକ୍ସସେନ୍ସ ଟେକ୍ନୋଲଜି ସହିତ ସମ୍ପୂର୍ଣ୍ଣ ଡିଜିଟାଲ ସ୍ପିଡୋମିଟର ସାଙ୍ଗକୁ ବ୍ଲୁଟୁଥ୍ କନେକ୍ଟିଭିଟି କଲ୍ ଆଲର୍ଟ ଏବଂ ଟର୍ନ ବାଏ ଟର୍ନ ନେଭିଗେସନ ବ୍ୟବସ୍ଥା । ସେହିପରି ଏଲ୍‌ଇଡି ହେଡଲାଇଟ୍ ସହିତ ମୋବାଇଲ୍ ଚାର୍ଜର ସୁବିଧା ମଧ୍ୟ ରହିଛି । ଏହା ବ୍ୟତିତ ଏଥିରେ ଥିବା ସାଇଡ ଷ୍ଟାଣ୍ଡ ଇଞ୍ଜିନ କଟ୍‌ଅଫ୍ ବ୍ୟବସ୍ଥା ଫଳରେ ଅନେକାଂଶରେ ଦୂର୍ଘଟଣାକୁ ଏଡ଼ାଇ ଯାଇପାରିବ ।

ସେହିଭଳି ୧୦୦ସିସି ବିଶିଷ୍ଟ ଏଚ୍‌ଏଫ୍‌ ୧୦୦ରେ ଆକର୍ଷଣୀୟ ବ୍ଲାକ୍ ଥୀମ୍ ସାଙ୍ଗକୁ କମ୍ ମୂଲ୍ୟ ଓ ଅଧିକ ମାଇଲେଜ୍ ରହିଛି । ଉଭୟ ଯୁବଗୋଷ୍ଠୀ ଏବଂ ଗ୍ରାମାଂଚଳ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ପ୍ରଥମକରି ହିରୋ ମୋଟୋକର୍ପ ପ୍ରସ୍ତୁତ କରିଥିବା ଗ୍ଲେମର୍ ଏକ୍ସଟେକ୍ ର ଏକ୍ସ ଶୋରୁମ୍ ମୁଲ୍ୟ ୭୮ହଜାର ୯୫୦ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଏଚ୍‌ଏଫ୍‌୧୦୦ ର ମୁଲ୍ୟ ୫୩ହଜାର ୯୦୦ଟଙ୍କା ରହିଥିବାରୁ ଏହି ଦୁଇ ମୋଟରସାଇକଲ୍ ବରଗଡ଼ ବଜାରରେ ବେଶ୍ ଆଦୃତ ହେବ ବୋଲି ଆକାଶ ମୋଟର୍ସର ନିର୍ଦ୍ଦେଶକ ଆକାଶ କୁମାର ଅଗ୍ରୱାଲ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.

error: Content is protected !!