ଝାରବନ୍ଧ : ବରଗଡ଼ ଜିଲ୍ଳା ଝାରବନ୍ଧ ବ୍ଳକ ନିତ୍ୟାନନ୍ଦପୁରରେ ବର୍ଷା ପାଇଁ ଗ୍ରାମବାସୀଙ୍କ ଦ୍ୱାରା ବେଙ୍ଗ-ବେଙ୍ଗୁଲି ବାହାଘର ଅନୁଷ୍ଠିତ ହୋଇଯାଇଛି । ବର୍ଷାଭାବ ଯୋଗୁଁ ଚଳିତ ବର୍ଷ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଯାହାକୁ ନେଇ ବିଭିନ୍ନ ଅଚଂଳରେ ବିଶେଷ କରି ବଞ୍ଜାରା ସମ୍ପ୍ରଦାୟର ଲୋକେ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ବେଙ୍ଗ-ବେଙ୍ଗୁଲି ବାହାଘର କରାଇଛନ୍ତି । ଏପରି ଏକ ଘଟଣା ନିତ୍ୟାନନ୍ଦପୁର ଗ୍ରାମରେ ଦେଖିିବାକୁ ମିଳିଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ବେଙ୍ଗ-ବେଙ୍ଗୁଲି ବିବାହ ଅନୁଷ୍ଠିତ ହୋଇଥିଲା । ଟୋକେଇରେ ବେଙ୍ଗ-ବେଙ୍ଗୁଲି ରଖି ବରଯାତ୍ରୀ ଶୋଭାଯାତ୍ରାରେ ନିଆଯିବା ସହ ବିବାହ, ପ୍ରୀତିଭୋଜନ ହୋଇଥିଲା । ନିତ୍ୟାନନ୍ଦପୁର ଗ୍ରାମରେ ଅଧିକାଂଶ ଅଧିବାସୀ ବଞ୍ଜାରା ସଂପ୍ରଦାୟର ହୋଇଥିବା ବେଳେ ଗ୍ରାମର ମୁଖିଆ ତଥା ପୂର୍ବତନ ସରପଂଚ ଅମର ସିଂ ନାଏକ ଏବଂ ଧର୍ମପତ୍ନୀ ପ୍ରମିଲା ନାଏକ ନବଦମ୍ପତି ହୋଇ ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏ ଅବସରରେ ଗ୍ରାମର ମହିଲାମାନେ ପାରମ୍ପରିକ ଗୀତ ଗାଇ ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ସହ ବିବାହରେ ସାମିଲ ହୋଇଥିଲେ ।
—