ବରଗଡ଼ : କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା କାଉନସିଲ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ପାଇଁ ଇମ୍ପରିଏଲ କଲେଜକୁ ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ଗ୍ରୀନ ଚାମ୍ପିୟନ ପୁରସ୍କାର ପ୍ରଦାନ କରାଯାଇଛି । ଅନୁଷ୍ଠାନର ଟି ସନ୍ଧ୍ୟାଙ୍କ ଦ୍ୱାରା ପରିଚାଳିତ ଭାର୍ଚୁଏଲ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଳାର ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଯୋଗ ଦେଇଥିଲେ । ସବୁଜ କ୍ୟାମ୍ପସ , ଜଳ ପରିଚାଳନା , ବର୍ଯ୍ୟ ବସ୍ତ୍ୁ ପରିଚାଳନା ଓ ଶକ୍ତି ସଂରକ୍ଷଣ ପାଇଁ ବରଗଡ଼ର ଅତିରିକ୍ତ ଜିଲ୍ଳାପାଲ ମିର୍ଦ୍ଧା ଟପ୍ପୋ କେନ୍ଦ୍ର ସରକାରଙ୍କ ଠାରୁ ଆସିଥିବା ପ୍ରମାଣପତ୍ର ଇମ୍ପିରିଏଲ କଲେଜର ଚେୟାରମେନ ଦିପକ ଗୋୟଲଙ୍କୁ ଭାର୍ଚୁଏଲ ବୈଠକ ପରେ ପ୍ରଦାନ କରିଥିଲେ । ଏଠାରେ ଉଲ୍ଳେଖ ଯୋଗ୍ୟ ଯେ ବହୁବର୍ଷ ଧରି ଇମ୍ପିରଏଲ କଲେଜ ସବୁଜ ବିପ୍ଳବର ବିଭିନ୍ନ କାର୍ଯ୍ୟକ୍ରମ କରି ରାଜ୍ୟ ଓ ଜାତୀୟସ୍ତରରେ ଅନେକ ଥର ପ୍ରଶଂସିତ ହୋଇଛି ।