ଭଟଲି : ବାହୁଡା ଯାତ୍ରା ଅବସରରେ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲିରେ ମହାପ୍ରଭୁ ଶ୍ରୀ ଦଧିବାମନଙ୍କ ନୀତିକାନ୍ତି ବିନା ଭକ୍ତରେ ସମାପନ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦୈନିକ ପୂଜାନୀତି ପହଡଭଙ୍ଗ, ଦ୍ୱାର ଫିଟାନୀତି, ଅଖଣ୍ଡ ଦୀପ ପ୍ରଜ୍ୱଳନ , ଅବକାଶ, ମଇଲମ, ସୂର୍ଯ୍ୟ ପୂଜା, ଦ୍ୱାରପାଲ ପୂଜା, ପଚୋଂପଚାର ପୂଜା ପୂର୍ବକ ଗୋପାଲ ବଲ୍ଳଭ ଭୋଗ ଲାଗି ସକାଳ ଧୂପ ଭୋଗ ଲାଗି ହେବା ପରେ ମହାପ୍ରଭୁଙ୍କୁ ପହଣ୍ଡି ବେଶ କରାଯାଇଥିଲା । ପରେ ପହଣ୍ଡି ପୂଜା , ମଙ୍ଗଲାର୍ପଣ କରାଯାଇଥିଲା । ମନ୍ଦିରକୁ ରଥ କଳ୍ପନା କରାଯାଇ ମନ୍ଦିର ଭିତର ବେଢ଼ାରେ ଶ୍ରୀଜୀଉଙ୍କୁ ତିନି ଥର ପରିକ୍ରମା କରାଯିବା ସହ ଆସନରେ ବସାଯାଇଥିଲା । ସନ୍ଧ୍ୟାରେ ବାହୁଡା ଯାତ୍ରାର ସମସ୍ତ ନୀତିକାନ୍ତି ମନ୍ଦିର ଭିତରେ ସମାପନ ହେବା ସହ ମହାପ୍ରଭୁ ଶ୍ରୀ ଦଧିବାମନ ରତ୍ନ ସିଂହାସନରେ ବିଜେ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar