ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ଏକ ଅତ୍ୟାଧୁନିକ ଡିଜିଟାଲ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଛି । ଦେଶର ପ୍ରତିଷ୍ଠିତ କଂପାନୀ ଏଆର ରୋବୋଟିକ୍ ପକ୍ଷରୁ ଏହି ଶ୍ରେଣୀ ଗୃହରେ ଡିଜିଟାଲ ଶିକ୍ଷାଦାନ ପାଇଁ ଫ୍ଲାଟ ପେନେଲର ବ୍ୟବସ୍ଥା କରାଯାଇଛି । ଏଥିରେ ଇଣ୍ଟରନେଟ ସହାୟତାରେ ଏକ ବଡ କଂପ୍ୟୁଟର ପରି ଶିକ୍ଷାଦାନ କରିହେବ । ଏହି ଅବସରରେ ପଚାଂୟତ କଲେଜର ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ ଫିତାକାଟି ଶ୍ରେଣୀଗୃହକୁ ଉଦଘାଟନ କରିଥିଲେ । ଏହା ପରେ ଆୟୋଜିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଚେୟାରମେନ ଦିପକ ଗୋୟଲ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସାହିତ୍ୟକ ମନୋରଞ୍ଜନ ସାହୁ , ଜିଲ୍ଳା ବିଜ୍ଞାନ ଶିକ୍ଷା ନିରୀକ୍ଷକ ମନୋଜ ସାହୁ , ଆର୍ନ୍ତଜାତିୟ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟପ୍ରକାଶ ଶତପଥୀ, ସଂସ୍କାର ସ୍କୁଲର ନିର୍ଦ୍ଦେଶକ ଅଜିତ ପଟ୍ଟନାୟକ , ଏଆର ରୋବୋଟିକର ମୁଖ୍ୟ ସୌରଭ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଇମ୍ପରିୟଲ କଲେଜ ପକ୍ଷରୁ ଦୁର୍ଗେଶ ଶତପଥୀ , ରୋନକ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଏହି ନୂତନ ଡିଜିଟାଲ ଶ୍ରେଣୀ ଗୃହରୁ ଅନଲାଇନ ମାଧ୍ୟମରେ ମଧ୍ୟ ଶିକ୍ଷାଦାନ କରାଯାଇ ପାରିବ ।