ସୋହେଲା : ସୋହେଲା ସତ୍ୟାଗ୍ରହ ସ୍ମାରକୀ ପୀଠରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ମା ଗୌରୀଦେବୀ ଟ୍ରଷ୍ଟ ଏବଂ ସୋହେଲା ନାଗରିକ କମିଟୀ ତରଫରୁ ଦାଣ୍ଡି ଯାତ୍ରାର ସତ୍ୟାଗ୍ରହ ସ୍ମାରକୀ ପୀଠରେ ମାଲ୍ୟାର୍ପଣ କରାଯାଇଥିଲା ।
ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସମିିତିର ସଭାପତି ପ୍ରକାଶ ଚନ୍ଦ୍ର ଦେବତାଙ୍କ ଅଧ୍ୟକ୍ଷତାରେ ଡାକ୍ତର ଶିଶିର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସାମୂହିକ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନାଥୁରାମ ଅଗ୍ରୱାଲ, ଟଙ୍କଧର ଝାଙ୍କର,ପ୍ରମୋଦ ଦେବତା,ଲଲିତ ଅଗ୍ରୱାଲ, ତୁଷାର କାନ୍ତ ସାହୁ,କିଶୋର ଗଡତିଆ ଉପସ୍ଥିତ ଥିଲେ । ଶେଷରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ସଂପାଦକ ଅଧ୍ୟାପକ ଟେକଚାନ୍ଦ ଦୁଆନ ଧନ୍ୟବାଦ ଅର୍ପଣ କରିଥିଲେ ।