ବରଗଡ଼ : ବରଗଡ଼ ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ କର୍ମକର୍ତ୍ତା ଏବଂ କାର୍ଯ୍ୟକାରୀ କମିଟୀ ସଭ୍ୟ ମନୋନୟନ କରାଯାଇଥିଲା । ଏଥିରେ ସୁରେନ୍ଦ୍ର ହୋତା ସଭାପତି, ବିରେନ୍ଦ୍ର ପ୍ରଧାନ ଉପ ସଭାପତି, ପ୍ରେମାନନ୍ଦ ଖମାରୀ ସମ୍ପାଦକ, ପ୍ରବୀଣ ସାହୁ ସହ ସମ୍ପାଦକ ବ୍ୟୋମକେଶ କର କୋଷାଧ୍ୟକ୍ଷଭାବେ ମନୋନୀତ ହୋଇଥିଲେ। ସେହିପରି କାର୍ଯ୍ୟକାରୀ କମିଟିକୁ ଶଙ୍କର ବଲ୍ଲଭ ମିଶ୍ର, ଅଶୋକ ମିଶ୍ର, ପ୍ରସନ୍ନ ମିଶ୍ର, ଉମେଶ ବିଶ୍ବାଳ, ଦିପକ ଶର୍ମା, ରବି ନାରାୟଣ ପଣ୍ଡା ଏବଂ ରମଣୀ ରଞ୍ଜନ ବେହେରା ମନୋନୀତ ହୋଇଥିଲେ। ସଂଘର ସଭାପତି ସୁରେନ୍ଦ୍ର ହୋତା ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ପ୍ରେମାନନ୍ଦ ଖମାରୀ ବାର୍ଷିକ ବିବରଣୀ ପ୍ରଦାନ ସହିତ ଆୟବ୍ୟୟ ଉପସ୍ଥାପନ କରିଥିଲେ। କୋଷାଧ୍ୟକ୍ଷ ବ୍ୟୋମକେଶ କର ଖର୍ଚ୍ଚ ବିବରଣୀ ଉପରେ ସୂଚନା ଦେଇଥିଲେ। ମନୋନୀତ କର୍ମକର୍ତ୍ତାମାନଙ୍କୁ ସଂଘର ସଭ୍ୟମାନେ ଅଭିନନ୍ଦନ ଜଣାଇଥିଲେ। ସହ ସମ୍ପାଦକ ପ୍ରବୀଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
