ବରଗଡ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ଓ ପ୍ୟାରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବାଉଲସିଂହାର ଦିବ୍ୟାଙ୍ଗ ସାଇକେଲ ମେକାନିକ ଗୁଣନିଧି ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏ ଅବସରରେ କଲେଜର ଚେୟାରମେନ ଦିପକ ଗୋୟଲ ଏବଂ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ସ୍ୱାଧୀନତା ଦିବସର ମହତ୍ତ୍ୱ ସଂପର୍କରେ ସୂଚନା ଦେଇଥିଲେ । କଲେଜ ପରିସରରେ ଛାତ୍ରଛାତ୍ରୀମାନେ ଚିତାକର୍ଷକ ପରେଡରେ ଭାଗ ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କଲେଜର ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।