ବରଗଡ଼ : ଚୈତ୍ର ପୂର୍ଣ୍ଣିମା ଅବସରରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଦେବୀଙ୍କୁ ବାର୍ଷିକ ସ୍ନାନଉତ୍ସବ ପୂର୍ବକ ମହାଭୋଗ ଅର୍ପଣ କରାଯାଇଥିଲା । ଯାହାକୁ ନେଇ ଗୁରୁବାର ଭୋରରୁ ମନ୍ଦିର ପରିସରରେ ଭକ୍ତମାନେ ଲମ୍ବାଧାଡିରେ ପହଂଚି ମାଁଙ୍କୁ ମହାସ୍ନାନ କରି ନିଜକୁ ଧନ୍ୟ ମନେ କରିଥିଲେ । ଏ ଅବସରରେ ମହାଭୋଗ ଅର୍ପଣ କରାଯାଇଥିବା ବେଳେ ପରେ ଭକ୍ତମାନଙ୍କୁ ସେହି ମହାଭୋଗ ପ୍ରସାଦ ଆକାରରେ ଦିଆଯାଇଥିଲା । ଅପରପକ୍ଷେ ସପ୍ତଶତୀ ଚଣ୍ଡୀପାଠ ହୋମ ସହ ମାଁଙ୍କର ଚୈତ୍ର ପୂଜାର ପୂଣ୍ଣାହୂତୀ ଅନୁଷ୍ଠିତ ହୋଇଥିଲା ।
ଗୁରୁବାର ଚୈତ୍ର ପୂର୍ଣ୍ଣିମା ଅବସରରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ଗ୍ରାମ୍ୟଦେବୀ ମାଁ ସମଲେଇଙ୍କୁ ବାର୍ଷିକ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ହଜାର ହଜାର ଭକ୍ତ ମାଁଙ୍କର ଜଳାଭିଷେକ କରିଥିଲେ । ଭୋରରେ ମାଁ ଙ୍କ ପହଡ ଭାଙ୍ଗିବା ପରେ ମାଁଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହେବା ସହ ଭକ୍ତମାନଙ୍କ ଦ୍ୱାରା ମାଁଙ୍କର ଜଳାଭିଷେକ କରାଯାଇଥିଲା ।

ପରେ ଭୋର ୫ ଟା ୧୦ ରୁ ମାଁଙ୍କର ଜଳାଭିଷେକ ଆରମ୍ଭ ହୋଇଥିବା ବେଳେ ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇ ଗରା ବାଲଟିରେ ପଣା, ଦୁଧ , ପାଣି , ଫୁଲ ଆଣି ମାଁଙ୍କ ମହାସ୍ନାନ କରିବାର ସୌଭାଗ୍ୟ ଲାଭ କରିଥିଲେ । ଏ ଅବସରରେ ବାସ୍ନାଭୋଗୀ ମାଁସମଲେଇଙ୍କୁ ବିଭିନ୍ନ ପ୍ରକାର ମିଷ୍ଟାନ୍ନ , ଫଳମୂଳ ଆଦି ମହାଭୋଗ ଅର୍ପଣ କରାଯିବା ସହ ସେହି ମହାଭୋଗ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା । ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar