ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜ ପରିସରରେ ହଲଦିଘାଟି ସ୍ମାରକୀ ଉନ୍ମୋଚିତ ହୋଇଯାଇଛି । ଏହି ସ୍ମାରକୀରେ ରାଜସ୍ଥାନର ହଲଦିଘାଟିଠାରୁ ପବିତ୍ର ମାଟି ଆଣି ଏହାକୁ ସୁସଜ୍ଜିତ ଭାବରେ ରଖାଯାଇଛି । ଏଥିପାଇଁ ଅନୁଷ୍ଠିତ ଏକ ସ୍ୱତନ୍ତ ଉତ୍ସବରେ ଲକ୍ଷ୍ନୌ ବିଶ୍ୱ ବିଦ୍ୟାଳୟ୍ରର ପୂର୍ବତନ ପ୍ରଫେସର ଉମେଶ ଚନ୍ଦ୍ର ବଶିଷ୍ଟ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏଠାରେ ଉଲ୍ଳେଖଯୋଗ୍ୟ ଯେ ରାଜସ୍ଥାନର ହଲଦିଘାଟିଠରେ ବୀର ରାଣାପ୍ରତାପ ଓ ମୋଗଲ ସୈନ୍ୟ ମଧ୍ୟରେ ଇତିହାସର ଏକ ପ୍ରସିଦ୍ଧ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା । ଏହା ରାଜସ୍ଥାନର ଏକ ଦର୍ଶନୀୟ ସ୍ଥାନ । ଏଠାରେ ଥିବା ମାଟି ସଂପୂର୍ଣ୍ଣ ହଲଦି ଗୁଣ୍ଡ ପରି ଦେଖାଯାଉଥିବାରୁ ଏହାକୁ ବହୁ ପୂର୍ବରୁ ହଲଦିଘାଟି ବୋଲି କୁହାଯାଏ । କିଛି ଦିନ ତଳେ ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲ ଏହି ସ୍ଥାନକୁ ନିଜ ଯାଇ ସେଠାରୁ ମାଟି ସଂଗ୍ରହ କରି ଓଡିଶା ଫେରି ଥିଲେ । ବର୍ତମାନ କଲେଜ ପରିସରରେ ଏହାକୁ ଏକ ସୁସଜ୍ଜିତ କାଚବାକସରେ ରଖାଯାଇ ଏଥିରେ ହଲଦିଘାଟି ସଂପର୍କରେ ସୂଚନା ପ୍ରଦାନ କରାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଫେସର ଉମେଶ ଖାଡଙ୍ଗା , ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ ହୋତା , ସମ୍ବାଦ ସାହିତ୍ୟଘର ସଭାପତି ଦିବ୍ୟକିଶୋର ଦେବତା, ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାସ ପ୍ରମୁଖ ସାମିଲ ଥିଲେ ।