ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିଏଲ କଲେଜଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୃଥିବୀ ଦିବସ ଅବସରରେ ଶୁଆଙ୍କ ପାଇଁ ସୂର୍ଯ୍ୟମୁଖୀ ଚାଷକୁ ଉନ୍ମୁକ୍ତ କରାଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସବୁଜ ପୃଥିବୀରେ ବିଶ୍ୱାସ ରଖୁଥିବା ଇମ୍ପରିଏଲ କଲେଜଠାରେ ପ୍ରତିବର୍ଷ ପ୍ରାୟ ଗୋଟିଏ ଏକର ଜମିରେ ସୂର୍ଯ୍ୟମୁଖୀ ଫୁଲ ଚାଷ କରାଯାଇଥାଏ । ଏବଂ ଏହି ଫୁଲକୁ ତୋଲା ନ ଯାଇ ପକ୍ଷୀମାନଙ୍କ ପାଇଁ ଖାଇବାକୁ ଛାଡି ଦିଆଯାଏ । ସୂର୍ଯ୍ୟମୁଖୀ ମଂଜିକୁ ଶୁଆ ବେଶ ପସନ୍ଦ କରୁଥିବାରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଶୁଆ ଏଠାକୁ ଖାଇବା ପାଇଁ ଆସିଥାନ୍ତି ।  ଇମ୍ପରିଏଲ ଗୃପର ଅଧ୍ୟକ୍ଷ ଦିପକ ଗୋୟଲ ଭବିଷ୍ୟତରେ ମଧ୍ୟ ପରିବେଶ ସଂପର୍କୀତ ବିଭିନ୍ନ କାର୍ଯ୍ୟ କଲେଜ ପକ୍ଷରୁ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar