ପାଇକମାଲ : ପାଇକମାଲ ବ୍ଳକ ନୃସିଂହନାଥ ସ୍ଥିତ ମହର୍ଷି ଦୟାନନ୍ଦ ଗୁରୁକୂଳ ଯୋଗାଶ୍ରମରେ ବ୍ଳକସ୍ତରୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ବରଗଡ଼ ଜିଲ୍ଳା ସଭାପତି ସୁରେଶ ଚନ୍ଦ୍ର ଚୌହାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତ ଶିକ୍ଷକ ସଂଘର ଯୁଗ୍ମ ସଂପାଦକ ଗୋପବନ୍ଧୁ ପୁରୋହିତ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାରଦା ବେଦାଲଙ୍କାର ବିଶିଷ୍ଟ ଅତିଥି, ପ୍ରେମାନନ୍ଦ ବାରିକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସଂସ୍କୃତ ଭାଷାର ମହନୀୟତା ତଥା ଯୁଗୋପଯୋଗୀ ସଂପର୍କରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏ ଅବସରରେ ସୁନ୍ଦରମଣୀ ସାହୁ ଏବଂ ଅପର୍ଣ୍ଣା ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବଦ୍ଦର୍ନା ତଥା ନୂତନ ଭାବରେ ଯୋଗଦାନ କରିଥିବା ଚନ୍ଦନ ବିଶ୍ୱାଲ , ଆନନ୍ଦିନୀ ସେଠ, କଳ୍ପନା ସାହୁ ପ୍ରମୁଖଙ୍କୁ ସ୍ୱାଗତ କରାଯାଇଥିଲା । ପାଇକମାଲ ବ୍ଲକ ସଭାପତି ରମାଇ ଚରଣ ଦାଶ ଉଦେଶ୍ୟ ଜ୍ଞାପନ , ଲିଙ୍ଗରାଜ ସାହୁ ମଂଚ ପରିଚାଳନା ଏବଂ ବ୍ଳକ ସଂପାଦକ ଅଶ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar