ବରଗଡ଼ : ନବାନ୍ନ ପାଇଁ ବରଗଡ଼ର ଗ୍ରାମ୍ୟଦେବୀ ଶ୍ରୀ ଶ୍ରୀ ମାଁ ସମଲେଇଙ୍କ ପୀଠରେ ଲଗ୍ନ ନିର୍ଦ୍ଧିାରିତ ହୋଇଛି । ରବିବାର ମାଁଙ୍କ ପୀଠରେ ପଣ୍ଡିତ ଶିବଶଙ୍କର ଦାଶ, ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ, ପୂଜକ ରତ୍ନାକର ଝାଙ୍କର , ପୂଜକ କ୍ଷୀରୋଦ୍ର ଝାଙ୍କର ପ୍ରମୁଖ ଲଗ୍ନ ନିର୍ଦ୍ଧାରଣ କରିଥିଲେ । ବୁଧବାର ଅଗଷ୍ଟ ୩୧ ତାରିଖ ନିଶାର୍ଦ୍ଧ ପରେ ଗୁରୁବାର ସେପଟେମ୍ବର ୧ ତାରିଖ ପାହାନ୍ତିଆ ପୂର୍ବରୁ ମାଁ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଭୋଗର ସମସ୍ତ କାର୍ଯ୍ୟ ସଂପାଦନ କରାଯିବ । ମାଁ ଙ୍କ ଠାରେ କେତେବେଳେ ନବାନ୍ନ ଭୋଗ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ସେଥିପାଇଁ ନିଶାର୍ଦ୍ଧରେ ମାଁଙ୍କଠାରେ ନବାନ୍ନ ଭୋଗ ଲାଗି କରାଯାଏ । ସେହିପରି ଗୁରୁବାର ସେପଟେମ୍ବର ୧ ତାରିଖ ଭାଦ୍ରବ ଶୁକ୍ଳ ଋଷି ପଚଂମୀ ସିଂହ ୧୬ ଦିନ ସ୍ୱାତୀ ନକ୍ଷତ୍ରେ ତୁଳ ଚନ୍ଦ୍ରେ, ତୁଳ (ଚରୁ) ଲଗ୍ନେ ମାହେନ୍ଦ୍ର ବେଳାରେ ପୂର୍ବାହ୍ନ ୧୦.୩୩ ଗତେ ୧୧.୦୮ ମଧ୍ୟେ ଜନସାଧାରଣ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରିବା ସହ ନବାନ୍ନ ଭକ୍ଷଣ କରିବେ ବୋଲି ଲଗ୍ନ ନିର୍ଦ୍ଧାରିତ ହୋଇଛି । ଏ ଅବସରରେ ମ୍ୟାନେଜିଂ ଟ୍ରଷ୍ଟି ସମୀର କୁମାର ପ୍ରଧାନଙ୍କ ସମେତ ଗୌରାଙ୍ଗ ନାୟକ , ଗୁଣନିଧି ସିଂହ , ଅଶ୍ୱିନୀ ଷଡଙ୍ଗୀ , ନଗରପାଲ କଳ୍ପନା ମାଝୀ, ଶଙ୍କର ଦାଶ, ଜ୍ଞାନପ୍ରକାଶ କର , କିଶୋର ଅଗ୍ରୱାଲ , କରୁଣାକର ସାହୁ , କିଶୋର ଚନ୍ଦ୍ର ଦାଶଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar