ବରଗଡ଼ : ଡିସେମ୍ବର ୨୭ ରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ । ବୁଧବାର ବରଗଡ଼ ଜିଲ୍ଳାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରଥମ ବୈଠକରେ ଘୋଷଣା କରାଯାଇଥିଲା ।
ଜିଲ୍ଳାପାଲ ତଥା ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ମୋନିଷା ବାନାର୍ଜିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଧନୁଯାତ୍ରା କୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା । ମହୋତ୍ସବ ସମିତିର ସଂପାଦକ ସୁରେଶ୍ୱର ଶତପଥୀ ବିବରଣୀ ପ୍ରଦାନ କରିଥିଲେ ।
ମନ୍ତ୍ରୀ ରୀତା ସାହୁ , ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ , ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ , ଜିଲ୍ଳା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ , ଏସପି ପି ପରମାର ସ୍ମିତଙ୍କ ସମେତ ଧନୁଯାତ୍ରା ମହୋତ୍ସବର ବହୁ ସଦସ୍ୟ ସାମିଲ ଥିଲେ । ପ୍ରାରମ୍ଭରେ ଇତିମଧ୍ୟରେ ଇହଧାମ କରିଥିବା ଧନୁଯାତ୍ରା କଳାକାର ତଥା ସମିତିର ସଦସ୍ୟଙ୍କ ଆତ୍ମାର ସଦଗତି ନିମନ୍ତେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।