ପାଇକମାଳ  : ପାଇକମାଳ ବ୍ଲକ୍ ଟେମରି ଗ୍ରାମପଞ୍ଚାୟତର ସୋଢ଼ା ଗ୍ରାମରେ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ଓ ଗ୍ରାମ୍ୟ କମିଟିର ମିଳିତ ଉଦ୍ୟମରେ ସାମାଜିକ ବନୀକରଣ ଅନୁଷ୍ଠିତ ହୋଇଥିଲା।   ଏହି ନିଆରା ବୃକ୍ଷରୋପଣ  ” ଘରଟିକୁ ଗଛ ଟିଏ ” କାର୍ଯ୍ୟକ୍ରମରେ ଗ୍ରାମର ପ୍ରତ୍ୟେକ ଘରୁ ଜଣେ ଲେଖାଏଁ ଯୋଗଦାନ କରି ତାଙ୍କ ପିତୃ ପୁରୁଷଙ୍କ ନାମରେ ବୃକ୍ଷ ରୋପଣ କରିଥିଲେ । ଜାବ ସଭାପତି ରବିନାରାୟଣ ପଣ୍ଡାଙ୍କ ସଭାପତିତ୍ଵ ତଥା ସାଧାରଣ  ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଓ ସ୍ଥାନୀୟ ସରପଞ୍ଚ ଦିଲିପ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ନିଆରା ବୃକ୍ଷରୋପଣ  ” ଘରଟିକୁ ଗଛ ଟିଏ ” କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଗଛ ଲଗାଯାଇ ତାର ଉପଯୁକ୍ତ ଯତ୍ନ ନିଆଯାଇ ଏହି ସ୍ଥାନକୁ ଏକ ଦର୍ଶନୀୟ ସ୍ଥାନ ଭାବରେ ପରିଗଣିତ କରିବାକୁ ସଂକଳ୍ପ ନିଆଯାଇଥିଲା। ଜାବ ର ବରିଷ୍ଠ ସଦସ୍ୟ  ରଞ୍ଜନ ଦେବତା,ବଦ୍ରୀ ପ୍ରସାଦ ସାହୁ,ସଚ୍ଚିଦାନନ୍ଦ ପାତ୍ର,  ଧୀରେନ୍ଦ୍ର ମହାନ୍ତି, ସୁଦାମ ପ୍ରଧାନ ,ବଡ ଶତପଥୀ,ବିଦ୍ୟାଧର ସାହୁ,କୁଞ୍ଜ ବିହାରୀ ସାହୁ, ପୁର୍ବତନ ସରପଞ୍ଚ ଡମ୍ବରୁଧର ବେହେରା, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ରାହାସ ବିହାରି ସାହୁ , ସୋଢ଼ା ଗ୍ରାମ କମିଟି ରୁ ଟଙ୍କଧର ପ୍ରଧାନ, ବିପିନ ବିହାରୀ ସାହୁ, ସୁରେନ୍ଦ୍ର ପ୍ରଧାନ, ଦେବାର୍ଚ୍ଚନ ସାହୁ,କିଶୋର ରଣା, କୈଳାସ ପଟେଲ,ରବୀନ୍ଦ୍ର ପ୍ରଧାନ,ଫକିର ସାହୁ,ଗଣ୍ଡା ରଣା,କୃପାସିନ୍ଧୁ ପ୍ରଧାନ,ଜୟନ୍ତୀ ରଣା,ଅର୍ଜୁନ ରଣା,ବିଶି ରଣାଙ୍କ ସମେତ ଶତାଧିକ ଗ୍ରାମବାସୀ  ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published.

error: Content is protected !!