ବରଗଡ଼ : ନୂଆବର୍ଷ ଅବସରରେ ବରଗଡ଼ ଧନୁଯାତ୍ରା ଆପ୍ସ ଉନ୍ମୋଚିତ ହୋଇଯାଇଛି । ଇମ୍ପରିୟଲ କଲେଜ ତରଫରୁ କରାଯାଇଥିବା ଏହି ଆପ୍ସକୁ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକାର୍ପିତ କରିଥିଲେ ।ଧନୁଯାତ୍ରାର ଏହି ଆପ୍ସ ଲୋକାର୍ପଣ ଉତ୍ସବକୁ ପ୍ରଚାର ପ୍ରସାର କମିଟୀର ସହ ସଂଯୋଜକ ରବି ପଣ୍ଡା ସଂଯୋଜନା କରିଥିବା ବେଳେ ଇମ୍ପରିୟଲ କଲେଜର ପ୍ରିନସିପାଲ ଦୁର୍ଗେଶ ଶତପଥୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ମଞ୍ଚାସୀନ ଥିଲେ ।

ଇମ୍ପରିୟଲ କଲେଜର ସଂଚିତା, ଚିରାଗ ଏବଂ ରୋହିତ ଏହି ଆପ୍ସ ତିଆରି କରିଥିବା ବେଳେ ବରଗଡ଼ ଧନୁଯାତ୍ରା ବିଷୟରେ ଦର୍ଶକ ବିଭିନ୍ନ ସୂଚନା ପାଇପାରିବେ । ଗତ ଦୁଇ ବର୍ଷ ଧରି ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲଙ୍କ ତତ୍ୱାବଧାନରେ ବରଗଡ଼ ଧନୁଯାତ୍ରା ଆପ୍ସ ସଫଳତାର ସହ କାର୍ଯ୍ୟ କରି ଆସିଥିବାବେଳେ କଲେଜ ତରଫରୁ ପୁଣି ଥରେ ଏହି ଆପ୍ସକୁ ଉନ୍ମୋଚିତ କରାଯାଇଛି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar