ବରଗଡ଼ : ସଂସ୍କାର ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ ‘ଜନନୀ’ ୨୦୨୪ ଆୟୋଜିତ ହୋଇଯାଇଛି । ସାଂସଦ ପ୍ରଦୀପ ପୁରୋହିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସାବିତ୍ରୀ ଦେବୀ ସାୱଡିଆ, ଚେୟାରମ୍ୟାନ୍ ସୁମନ ସାୱଡିଆ , ଭାଇସ ଚେୟାରମ୍ୟାନ୍ ରୋଶନ ସାୱଡିଆ , ଡ଼ାଇରେକ୍ଟର ଅଜିତ ପଟ୍ଟନାୟକ , ପ୍ରିନ୍ସପାଲ୍ କରନ ସାହୁ ,ଡ଼ାଇରେକ୍ଟର ସିଦ୍ଧାର୍ଥ ସାୱଡିଆ, ଶ୍ରୀମତୀ ବବିତା ସାୱଡିଆ,, ଶ୍ରୀମତୀ ମେଘା ସାୱଡିଆ, ସୁଶ୍ରୀ ଶ୍ରଦ୍ଧା ସାୱଡିଆ, ଏକାଡେମିକ୍ କୋଡିନେଟର ଶ୍ରୀମତୀ ସୀମା ସାହୁ,କୋଡିନେଟର ଶ୍ରୀମତୀ ମମତା ସିହ୍ନା, କୋଡ଼ିନେଟର ସୁଶ୍ରୀ ରୀତା ନାଏକ, ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ, ଅଭିଭାବକ ସାମିଲ ହୋଇଥିଲେ । ପାରମ୍ପାରିକ ଦୀପ ଏବଂ ଶ୍ଲୋକାପାଠ ସହିତ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରି ଏହି ଉତ୍ସବ ଆରମ୍ଭ ହୋଇଥିଲା । ଏ ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।