ଅମ୍ବାଭୋନା : ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ସ୍ପୋର୍ଟ୍ସ କାଉନସିଲ ଆନୁକୂଲ୍ୟରେ ବରଗଡ଼ ଜିଲ୍ଳା ଭୁକ୍ତା ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ଦ୍ୱିଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ମିଶ୍ର ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଏହି ଅବସରରେ ଲରମ୍ଭା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ନେପାଳ ପ୍ରଧାନ ଏବଂ ଭୁକ୍ତା ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଧ୍ରୁବ ଚରଣ ସା ଅତିଥି ଭାବେ ମଞ୍ଚାସିନ ଥିଲେ । ମହାବିଦ୍ୟାଳୟର ଖେଳ ଶିକ୍ଷକ ରାଜେଶ କୁମାର ପଟେଲଙ୍କ ତତ୍ୱାବଧାନରେ ହେଉଥିବା ବେଳେ ଏହି ପ୍ରତିଯୋଗିତାରେ ସର୍ବମୋଟ ୨୪ ଟି ମହାବିଦ୍ୟାଳୟର ଅଂଶ ଗ୍ରହଣ କରୁଥିବା ସୂଚନା ମିଳିଛି । କୃଷ୍ଣଚନ୍ଦ୍ର ସାହୁ, ରମେଶ ସେଠ, ନାରାୟଣ ଡନସନା, ସୁଶାନ୍ତ ପଧାନ, ମାଧବ ପଧାନ ଓ ବିମଲ ତାଣ୍ଡି ଖେଳ ପରିଚାଳନା କରିଥିଲେ । ଅନ୍ତର୍ଯ୍ୟାମୀ ସାହୁ, ସୁବୋଧ ରଥ, ଦୟାସାଗର ନାୟକ, ଅନିଲ କୁମାର ଦେବତା, ଡ. ଦୟାନିଧି ସା, ଡ. ବିକାଶ ଚନ୍ଦ୍ର ପଧାନ, ଶରତ ଚନ୍ଦ୍ର ଦେହେରୀ, ଶ୍ରୀମତୀ ଲୀନା ଦାଶ, ଆଶୁତୋଷ ମିଶ୍ର, ଭୋଜରାଜ ନାୟକ, ଚଣ୍ଡୀରାମ ନାୟକ, ରାମଚନ୍ଦ୍ର ସା, ସୁବୋଧ ଭୋଇ, ମୋହନ ସିଦ୍ଦାର, ଜୀବର୍ଦ୍ଧନ ପଟେଲ, ହରିହର ପଣ୍ଡା ଓ ସୁଶାନ୍ତ ପାତିକାର ସହଯୋଗ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar