ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ଶିଶୁ ନାଟ୍ୟ କର୍ମଶାଳା ଆୟୋଜିତ ହୋଇଯାଇଛି । ନାଟ୍ୟକାର ରାଜକୁମାର ସାହୁଙ୍କ ସହଜ ଓ ସରଳ ପଦ୍ଧତିରେ ଆଖପାଖ ଅଂଚଳର ୨୫ ଜଣ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ସାମିଲ ହୋଇଥିଲେ । ସାତ ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ନାଟ୍ୟକାର ରାଜକୁମାର ସାହୁ ଗପ, ଗୀତ, ନୃତ୍ୟ, ଅଭିନୟ, ଓ ପୋଷ୍ଟର ତିଆରି ଭଳି ସୃଜନାତ୍ମକ କଳାକୁ ଆକର୍ଷଣୀୟ ଭାବରେ ଶିଖାଇଥିଲେ । ଉଦଯାପନୀ ସମାରୋହରେ ଅତିଥି ଭାବେ ରଞ୍ଜାଳ ବାଗ ଓ ବିକ୍ରମ ସାହୁ ଯୋଗଦେଇଥିଲେ । ଏହି ଅବସରରେ ନିର୍ଦ୍ଦେଶକ ପରମେଶ୍ୱର ବିଶିଙ୍କୁ ଭାଷା ସାହିତ୍ୟ ଓ ନାଟକରେ ପାରଦର୍ଶିତା ପାଇଁ ସମ୍ମାନିତ କରାଯାଇଥିଲା । ନାଟକ ଶିଖିବା ଦ୍ୱାରା ପିଲାର ସାମଗ୍ରିକ ବିକାଶ ହୁଏ ବୋଲି ମତପ୍ରକାଶ ପାଇଥିଲା ।

କର୍ମଶାଳା ଅନ୍ତର୍ଗତ ପିଲାମାନେ ରାଜକୁମାର ସାହୁ ଲିଖିତ ‘ଶ୍ରବଣ କୁମାର’ ନାଟକର ପ୍ରଦର୍ଶିତ କରିଥିଲେ । କର୍ମଶାଳା ପରିଚାଳନାରେ ମହେନ୍ଦ୍ର ସାହୁ, କୁଳମଣି ପଶାୟତ, ଚତୁର୍ଭୁଜ ସାହୁ, ଜୟନ୍ତ ସାହୁ, ଘନଶ୍ୟାମ ସାହୁ, ଘନଶ୍ୟାମ ଭୋଇ, ସୀତାକାନ୍ତ ସାହୁ, ଆଦର୍ଶ ସାହୁ, ରବୀନ୍ଦ୍ର ସାହୁ ଓ ରୋହିତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!