ସୋହେଲା : ନବରାତ୍ର ଦୁର୍ଗାପୂଜା ଅବସରରେ ସୋହେଲାଠାରେ ମୁକ୍ତ ମଞ୍ଚରେ ରାମଲୀଳା ଆୟୋଜିତ ହେଉଛି । ତୃତୀୟ ରଜନୀରେ ଶ୍ରୀରାମ ଓ ଭରତଙ୍କ ମିଳନ ଦୃଶ୍ୟ ହୃଦୟସ୍ୱର୍ଶୀ ହୋଇଥିଲା । ସେହିପରି ଚେତନା ମଣ୍ଡପରେ ରାଜା ଜନକଙ୍କ ନିମନ୍ତ୍ରଣ କ୍ରମେ ରାଜନ୍ୟ ମଣ୍ଡଳୀ ଶିବଧନୁ ଭଙ୍ଗ , ସୀତା ସ୍ୱୟମ୍ବର ଦୃଶ୍ୟ ସହ ପର୍ଶୁରାମ କ୍ରୋଧରେ ଶ୍ରୀରାମଙ୍କ ବାଟ ଓଗାଳିବା, ଉଭୟଙ୍କ ବଚସା ପରେ ଶ୍ରୀରାମ ପର୍ଶୁରାମଙ୍କୁ ଶାନ୍ତ କରି ସୀତାଙ୍କୁ ଧରି ଅଯୋଧ୍ୟା ଫେରିବା ଆଦି ଅଭିନୀତ ହୋଇଥିଲା । ଏହା ସହ ମନ୍ଥରାର କୁମନ୍ତ୍ରଣା ଯୋଗୁଁ ଶ୍ରୀରାମ,ଲକ୍ଷ୍ମଣ ଓ ସୀତାଙ୍କ ବନ ଗମନ କରିବାକୁ ପଡିଛି । ସେଠାରେ ଗୁହକ ଶବର ଭେଟ ହୋଇଛି ।ଏହି ସବୁ ଉପାଖ୍ୟାନ ଦୃଶ୍ୟାଭିନୟ ଦେଖିବାକୁ ପ୍ରବଳ ଦର୍ଶକଙ୍କ ସମାଗମ ହୋଇଥିଲା । ରାମଲୀଳାର ତୃତୀୟ ରଜନୀରେ ଯୁବନେତା ସତ୍ୟନାରାୟଣ ଦେବତା ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Reply

Your email address will not be published.

error: Content is protected !!