ବରଗଡ: ବରଗଡ ଇମ୍ପେରିୟଲ କଲେଜରେ ଜାତୀୟ ଯୁବ ସଂସଦ ଆୟୋଜନ କରାଯାଇଥିଲା, ଯେଉଁଥିରେ ଭଟଲି ବିଧାନସଭା କ୍ଷେତ୍ରର ବିଧାୟକ ଇରାଶିସ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଉପସ୍ଥିତ ଥିଲେ। ସଂସଦରେ ନିଧି ଅଗ୍ରୱାଲ ପ୍ରଧାନମନ୍ତ୍ରୀ ଭାବେ, ମିନାକ୍ଷୀ ଅଗ୍ରୱାଲ ବିପକ୍ଷ ନେତା ଭାବେ ଓ ଶ୍ରିଷ୍ଟି ଅଗ୍ରୱାଲ ସ୍ପିକର ଭାବେ ଭୂମିକା ପାଳନ କରିଥିଲେ । ଏହି ଅବସରରେ ବିଧାୟକ ଆଚାର୍ଯ୍ୟ ଛାତ୍ରଛାତ୍ରୀଙ୍କ ସହ ସଂସଦୀୟ ପ୍ରକ୍ରିୟା ସଂପର୍କରେ ମୂଲ୍ୟବାନ ଅନୁଭବ ଅଂଶୀଦାର କରିଥିଲେ ଏବଂ ସମାରୋହକୁ ସଫଳ କରିବା ପାଇଁ ଛାତ୍ରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସକୁ ମୂଲ୍ୟାଙ୍କନ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ସମନ୍ୱୟ କରିଥିଲେ ରାଜନୀତି ବିଜ୍ଞାନ ଶିକ୍ଷକ ରାକେଶ ମିଶ୍ର ,  କଲେଜର ନିର୍ଦ୍ଦେଶକ ଦୀପକ ଗୋୟଲ ଓ ଅଧ୍ୟକ୍ଷ ଡ଼ଃ ଦୁର୍ଗେଶ ଶତପଥୀଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar