ବରଗଡ : ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲଠାରେ ସିବିଏସଇ ଭୁବନେଶ୍ୱରର କେନ୍ଦ୍ରୀୟ କାଉନସିଲ ଦ୍ୱାରା ଆୟୋଜିତ ହୋଇଥିବା ଦୁଇ ଦିନିଆ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମରେ ନିକଟସ୍ଥ ସିବିଏସ୍‌ଇ ମଞ୍ଜୁରୀପ୍ରାପ୍ତ ବିଭିନ୍ନ ସ୍କୁଲରୁ ମୋଟ ୪୩ ଶିକ୍ଷକ ଅଂଶଗ୍ରହଣ କରିଥିଲେ । ଉତ୍କର୍ଷ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକମାନଙ୍କୁ ସକ୍ଷମ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ପ୍ରସଙ୍ଗରେ ରିସୋର୍ସ ପର୍ସନ କୁନା ବିଶ୍ୱାଲ ଓ ଗୋବିନ୍ଦ ଚନ୍ଦ୍ର ଦାଶ ଭାଗ ନେଇ ଶିକ୍ଷକମାନଙ୍କୁ ଶ୍ରେଷ୍ଠ ଶ୍ରେଣୀ କକ୍ଷ ବ୍ୟବସ୍ଥାପନ ପ୍ରକ୍ରିୟା ବିଷୟରେ ସୂଚନା ଦେଇଥିଲେ । ସେମାନେ ଶିକ୍ଷାଦାନ ସମୟରେ ଶ୍ରେଣୀରେ କେମିତି ଶୃଙ୍ଖଳା ପ୍ରତିଷ୍ଠା କରିବା ଓ ଛାତ୍ରମାନଙ୍କ ସହିତ ସମ୍ବନ୍ଧ କେମିତି ଗଢିବା ବିଷୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ । ଶ୍ରେଣୀକକ୍ଷ ଦେଶର ଭବିଷ୍ୟତ୍ କର୍ମଶୀଳ ନାଗରିକ ତିଆରି କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଏହି କାର୍ଯ୍ୟକ୍ରମରେ ଶ୍ରେଣୀର ଆବଶ୍ୟକତା ଅନୁଯାୟୀ ଶିକ୍ଷା ପ୍ରଦାନ ଏବଂ ଛାତ୍ରମାନଙ୍କୁ କେମିତି ଉତ୍ସାହିତ କରିବା, ତାହା ଉପରେ ମଧ୍ୟ ସୂଚନା ଦିଆଯାଇଥିଲା । ସ୍କୁଲର ପ୍ରନିନ୍ସିପାଲ ଗଜେନ୍ଦ୍ର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ରୋଟାରୀଆନ୍ ଦଶରଥ ଅଗ୍ରୱାଲ, ସ୍କୁଲର ଚେୟାରମେନ୍ ରୋଟାରୀଆନ୍ ସୁରେଶ କେଜ୍ରୀୱାଲ , ସ୍କୁଲର ଏକାଡେମିକ ଚେୟାରମେନ୍ ରୋଟାରୀଆନ୍ ପ୍ରକାଶ କର, ରୋଟାରୀଆନ୍ ଗୋବିନ୍ଦ ଦାଶ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଶେଷରେ ଉପାଧ୍ୟକ୍ଷ ଡୋଲାମଣି ପୋଡ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.

error: Content is protected !!