ବରଗଡ : ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲରେ ଶିକ୍ଷକ ଦିବସ ପାଳିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ରୋଟାରୀଆନ୍ ଦଶରଥ ଅଗ୍ରୱାଲ, ସ୍କୁଲ ଚେଆରମେନ୍ ରୋଟାରୀଆନ୍ ସୁରେଶ କେଜ୍ରିୱାଲ , ସେକ୍ରେଟାରୀ ରୋଟାରୀଆନ୍ ଦିବ୍ୟରାଜ ମେହେର ଦ୍ୱୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଚେଆରମେନ୍ ରୋଟାରୀଆନ୍ ସୁରେଶ କେଜ୍ରିୱାଲ ସମସ୍ତଙ୍କୁ ଶିକ୍ଷକ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଜଣାଇ କୋମଳମତି ଶିଶୁର ସର୍ବପ୍ରଥମ ଗୁରୁ ତାର ପିତାମାତା ତଥା ଶିଶୁ ଜୀବନର ପ୍ରତ୍ୟେକ ସ୍ତରରେ ଏବଂ ସମାଜରେ ଶିକ୍ଷକର ଗୁରୁଦାୟିତ୍ୱ ରହିଥିବା କଥା ଜଣାଇଥିଲେ । ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଝସକେତନ ମହାପାତ୍ର ଓ ଶିକ୍ଷକ ରୋହିତ ଷଡଙ୍ଗୀ ସଂଯୋଜନା କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a Reply

Your email address will not be published.

error: Content is protected !!