ବରଗଡ଼ : ଗୁରୁ ପିତା , ଗୁରୁ ମାତା , ଗୁରୁ ହିଁ ସକଳ ଦେବତା । ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର । ଗୁରୁଙ୍କ ଆଶୀର୍ବାଦ ବିନା ଜୀବନ ନିରର୍ଥକ । ତେଣୁ ଗୁରୁ ହିଁ ଅଗ୍ରପୂଜ୍ୟ ଓ ଚିରନମସ୍ୟ ବୋଲି ରାଣା ପ୍ରତାପ ସ୍କୁଲ ଠାରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଗୁରୁ ଦିବସ ଉପଲକ୍ଷେ ଅନୁଷ୍ଠିତ “ତସ୍ମେଇ ଶ୍ରୀ ଗୁରବେ ନମଃ”ଏକ ସ୍ୱତନ୍ତ୍ର ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି । ଶିଶୁ ସାହିତ୍ୟ ସଂସଦର ସଭାନେତ୍ରୀ ଛାତ୍ରୀ ରେଣୁକା ଭୋଇଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନା ଚକ୍ରରେ ବିଶିଷ୍ଟ ସଙ୍କୀର୍ତନ ଗୁରୁ ପ୍ରମୋଦ ଦାଶ, ଗୁରୁ ମନୋରଞ୍ଜନ ବେହେରା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟକାନ୍ତି ଭୋଇ, ମୀନା ପଣ୍ଡା , ଶିକ୍ଷୟିତ୍ରୀ ସୁନୀତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଆଲୋଚନାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଗୁରୁ କିପରି ଜୀବନର ପଥପ୍ରଦର୍ଶକ ସେ ବିଷୟରେ ଉଲ୍ଲେଖ କରିଥିଲେ । ପରିଶେଷରେ ସମ୍ପାଦିକା ଅଶ୍ଳେଷା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!