ବରପାଲି : ବରପାଲି ବ୍ଲକ କଟାପାଲି ବିଶାଖା ଦାଶ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ସଂସ୍କୃତ ଶିକ୍ଷୟିତ୍ରୀ ମନୋରମା ନାଏକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସ୍କୃତ ଗୀତ ଓ ଶ୍ଳୋକାବୃତ୍ତି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ଅଶୋକ କୁମାର ଭୋଇଙ୍କ ସଭାପତିତ୍ୱରେ ଗଣେଷ ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଶିକ୍ଷକ ଧୀରେନ୍ଦ୍ର କୁମାର ବିଶ୍ୱାଲ ସଂସ୍କୃତ ଭାଷାର ମହତ୍ୱ ଉପସ୍ଥାପନ କରିଥିଲେ । ସଭାକାର୍ଯ୍ୟକୁ ଯୁଗଲ କିଶୋର ଦାସ ସଂଚାଳନ କରିଥିବା ବେଳେ ବିଶ୍ୱଜିତ୍ ବିଶ୍ୱାଲ, ସୁରଥ କୁମ୍ଭାର, ଜିଲୁ ଭୋଇ, ତୀର୍ଥବାସୀ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବିଜ୍ଞାନ ଶିକ୍ଷୟିତ୍ରୀ ଲିପି ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!