ବରଗଡ଼ : ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲରେ ସଂସ୍କୃତ ସ୍ମରଣୀୟ ଦିବସ ପାଳିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ରୋଟାରୀଆନ ଦଶରଥ ଅଗ୍ରୱାଲ ଏବଂ ସ୍କୁଲ ଚେୟାରମେନ ରୋଟାରୀଆନ ସୁରେଶ କେଜ୍ରିୱାଲ ମିଳିତ ଭାବରେ ଏହାକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଭଟଲି ଦଧିବାମନ କଲେଜର ସଂସ୍କୃତ ଅଧ୍ୟାପକ ରାଜୀବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାମାୟଣର ବିଭିନ୍ନ କାହାଣୀ , ଭାରତୀୟ ସଂସ୍କୃତି , ସଂସ୍କୃତ ଭାଷାର ବର୍ଣ୍ଣମାଳାର ଉତ୍ପତ୍ତି କିଭଳି ଭାବରେ ହୋଇଥିଲା ସେହି ବିଷୟ ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍କୁଲର ସଂସ୍କୃତ ଶିକ୍ଷକ ପ୍ରିୟବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ଜୟଶ୍ରୀ ରଥ, ପୁଷ୍ପାଞ୍ଜଳି ଦାସ ଓ ସଂଗୀତ ଶିକ୍ଷକ ସଂଦୀପ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ଲିଲି ମିଶ୍ର ଧନ୍ୟବାଦ ଅର୍ପଣ ଏବଂ ଉପାଧ୍ୟକ୍ଷ ଡୋଲାମଣି ପୋଡ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।

Leave a Reply

Your email address will not be published.

error: Content is protected !!