ବରଗଡ଼: କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନରେ କ୍ରିଷ୍ଣା ବିକାଶ ପ୍ୟାରେଣ୍ଟିଂ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଚେୟାରମେନ ଦାଶରୀ ମୂରଲୀ କ୍ରିଷ୍ଣା ଓ ଟ୍ରଷ୍ଟି ଦାଶରୀ ରାମ ତୁଳସୀ ଉପସ୍ଥିତ ରହି ସ୍ୱର୍ଗତ ଦାଶରୀ ବୀର ରାଜୁ ଏବଂ ଗୁନ୍ନମ ରାମଚନ୍ଦ୍ର ରାଓଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଚେୟାରମେନ୍ ଦାଶରୀ ମୂରଲୀ କ୍ରିଷ୍ଣା ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନେ ପିତାମାତା ତଥା ଗୁରୁଜନଙ୍କ କଥାକୁ ସମ୍ନାନ ଜଣାଇ ଦାୟିତ୍ୱବୋଧ ସହିତ କର୍ତବ୍ୟବୋଧ ପଥରେ ଅଗ୍ରସର ହେଲେ ଭବିଷ୍ୟତ ଜୀବନରେ ନିଶ୍ଚୟ ସଫଳତା ପାଇପାରିବେ ବୋଲି ମତ ଦେବା ସହିତ ମେଣ୍ଟରିଂ ପ୍ରୋଗ୍ରାମ ଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀଙ୍କର ଅଭିଭାବକ ମାନଙ୍କ କର୍ତବ୍ୟକୁ ସୁଚାରୁରୂପେ ପରିଚାଳନା କରିଛନ୍ତି ବୋଲି ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା , ବିକାଶ ଆବାସିକ ବିଦ୍ୟାଳୟର ସିନିୟର ସେକେଣ୍ଡେରୀ ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଏଡ୍‌ମିନିଷ୍ଟ୍ରେଟିଭ୍ ଅଫିସର୍ ଏସ୍‌.କେ. ରାଓ, ପାଷ୍ଟରାଲ୍ କେୟାର୍ ହେଡ୍ ନେଜ୍‌ଲିନ ଫୋନ୍‌ସେକା ଉପସ୍ଥିତ ଥିଲେ । ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ମାର୍ଗଦର୍ଶନରେ ସାଫଲ୍ୟ ମଣ୍ଡିତ ହୋଇଥିଲା ।

ଛାତ୍ରଛାତ୍ରୀମାନେ ଆବେଶ ଧର୍ମୀ ତଥା ହୃଦୟସ୍ପର୍ଶୀ ଗୀତ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar