ବରଗଡ଼ : ସ୍ଥାନୀୟ ଇମ୍ପରିୟଲ କଲେଜ ଠାରେ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ବିତ୍ତିୟ ସଂସ୍ଥା ସିଡିବି ଓ ବିର୍ଲା ସେଲୁଲସର ମିଳିତ ସହଯୋଗରେ ଚାଲିଥିବା ଏକମାସ ବ୍ୟାପୀ ପ୍ରାକୃତିକ ରଙ୍ଗ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିର୍ଲା ସେଲୁଲସର ଉପସଭାପତି ବିଜିନେସ ଡେପଲମେଣ୍ଟ ପ୍ରିୟଙ୍କା ପ୍ରିୟଦର୍ଶନୀ ଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳାରେ ଭାଗ ନେଇଥିବା ବୁଣାକାରମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଇମ୍ପରିୟଲ କଲେଜର ଚେୟାରମେନ ଦିପକ ଗୋୟଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୁଣାକାରମାନଙ୍କୁ ଶିକ୍ଷା ଦେଇଥିବା ତାଲିମଦାତା ଓ ସହ ତାଲିମଦାତାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଧନ୍ୟବାଦ ଅର୍ପଣ ପରେ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!