ବରଗଡ଼ : ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଖାଇ ପାଇଁ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ଗ୍ରାମ୍ୟଦେବୀ ମା ସମଲେଇଙ୍କ ପୀଠରେ ଲଗ୍ନ ନିର୍ଦ୍ଧାରିତ ହୋଇଛି । ମଙ୍ଗଲବାର ମାଁଙ୍କ ପୀଠରେ ପଣ୍ଡିତ ଶିବ ଶଙ୍କର ଦାଶ , ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ , ପଣ୍ଡିତ ସୁଧାଂଶୁ ଦାଶ , ପଣ୍ଡିତ ବିଷ୍ଣୁ ଦୟା ଦାଶ , ପଣ୍ଡିତ ଆୟୁଷ୍ମନ୍ତ ଷଡଙ୍ଗୀ, ମନ୍ଦିରର ପୂଜକ ରନ୍ତାକର ଝାଙ୍କର , କ୍ଷୀରୋଦ୍ର ଝାଙ୍କର , କର୍ତ୍ତା ଜୟ ପ୍ରକାଶ ଦାଶ ପ୍ରମୁଖ ଲଗ୍ନ ନିର୍ଦ୍ଧାରଣ କରିଥିଲେ ।

ସର୍ବସାଧାରଣ ସକାଳ ୯ ଟା ୩୫ ମିନିଟ ଗତେ ୧୦ ଟା ୦୪ ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ନେଇ ଶୁଭପ୍ରଦ

ଆଗାମୀ ସେପଟେମ୍ବର ୭ ତାରିଖ ଶନିବାର ନିଶାର୍ଦ୍ଧ ପରେ ୮ ରବିବାର ସକାଳ ହେବା ପୂର୍ବରୁ ମାଁ ସମଲେଇଙ୍କଠାରେ ନବାନ୍ନ ଭୋଗର ସମସ୍ତ କାର୍ଯ୍ୟ ସଂପାଦନ କରାଯିବ । ବରଗଡ଼ ସମଲେଶ୍ୱରୀ ମନ୍ଦିରର ଏକ ନିଆରା ପରମ୍ପରା ରହିଛି । ମାଁଙ୍କଠାରେ କେତେବେଳେ ନବାନ୍ନ ଭୋଗ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ସେଥିପାଇଁ ନିଶାର୍ଦ୍ଧରେ ମାଁଙ୍କ ଠାରେ ନବାନ୍ନ ଭୋଗ ଲାଗି କରାଯାଏ । ସେହିପରି ସେପଟେମ୍ବର ୮ ତାରିଖ ରବିବାର ଭାଦ୍ରବ ଶୁକ୍ଲ ପଞ୍ଚମୀ ସିଂହ ୨୪ ଦିନ ସ୍ୱାତୀ ନକ୍ଷତ୍ରେ ତୁଳଚନ୍ଦ୍ରେ ବିଶୁଦ୍ଧ ତୁଳଲଗ୍ନେ ଅମୃତବେଳାର ଶେଷ ସ୍ୱର୍ଶରେ ସକାଳ ୯ ଟା ୩୫ ମିନିଟ ଗତେ ୧୦ ଟା ୦୪ ମିନିଟ ମଧ୍ୟେ ସର୍ବସାଧାରଣ ନିଜ ଇଷ୍ଟଦେବାଦେବୀଙ୍କ ଠାରେ ନବାନ୍ନଭୋଗ ଲାଗି କରି ନବାନ୍ନ ଭକ୍ଷଣ କରିବା ଶୁଭପ୍ରଦ ଅଟେ ବୋଲି ଲଗ୍ନ ସ୍ଥିରୀକୃତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!